‘ଅମ୍ଫାନ୍’ମୁକାବିଲା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

Get real time updates directly on you device, subscribe now.

ଭଦ୍ରକ,(ବି.ବି.ନୁ୍ୟଜ୍): ବାତ୍ୟା ‘ଅମ୍ଫାନ୍’ ମୁକାବିଲା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଉଛି । ବିଶେଷ କରି ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ଚାନ୍ଦବାଲି, ବାସୁଦେବପୁର ଏବଂ ଧାମରା ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଏଥିସହ ଧାମରା ଏବଂ ଚାନ୍ଦବାଲିକୁ ୨ଟି ଏନ୍ଡିଆର୍ଏଫ୍ ଟିମ୍ ପଠାଯାଇଥିବା ବେଳେ ସୋମବାର ବାସୁଦେବପୁରକୁ ଓଡ୍ରାଫ୍ର ଏକ ଟିମ୍କୁ ପଠାଯାଇଛି । ସେହିଭଳି ଭଦ୍ରକ ମୁଖ୍ୟାଳୟରେ ଗୋଟିଏ ଓଡ୍ରାଫ୍ ଟିମ୍କୁ ମୁତୟନ କରାଯାଇଛି । ଏହାସହ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସତର୍କ ରହିବାକୁ କୁହାଯାଉଛି । ଆବଶ୍ୟକ ସ୍ଥଳେ ନିରାପଦ ଜାଗାକୁ ଚାଲିଯିବାକୁ ଲୋକଙ୍କୁ ପରାମର୍ଶ ମଧ୍ୟ ଦିଆଯାଉଛି । ସୂଚନାଯୋଗ୍ୟ, ବାତ୍ୟା ଅମ୍ଫାନ୍ ସୁପର-ସାଇକ୍ଲୋନରେ ପରିଣତ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ମହାନିଦେ୍ର୍ଧଶକ ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ସୋମବାର ସନ୍ଧ୍ୟା ୫ଟା ୩୦ ସୁଦ୍ଧା ଏହା ସୁପର ସାଇକ୍ଲୋନରେ ପରିଣତ ହେବା ଆଶଙ୍କା ରହିଛି । ଅମ୍ଫାନ୍ ୨୦ ତାରିଖ ଅପରାହ୍ନ /ସନ୍ଧ୍ୟାରେ ଦୀଘା-ହାତିଆ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ଏବେ ଏହା ପାରଦୀପଠାରୁ ୭୯୦ କି.ମି ଦୂରରେ ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons