ଜଳିଗଲେ ଚତୁର୍ଦ୍ଧାମୂର୍ତ୍ତି

Get real time updates directly on you device, subscribe now.

ଭଦ୍ରକ,(ବି.ବି.ନୁ୍ୟଜ୍): ଅଗ୍ନିକାଣ୍ଡରେ ଜଳିଗଲେ ଚତୁର୍ଦ୍ଧାମୂର୍ତ୍ତି । ହେଲେ ବର୍ତ୍ତିଗଲା ଠାକୁରଙ୍କ ଭାଗବତ ଗାଦି । ଏଭଳି ଘଟଣା ଘଟିଲା ପରେ ଗାଁରେ ସମ୍ପୂର୍ଣ୍ଣ ଭାବେ ରନ୍ଧାବଢ଼ା ବନ୍ଦ ରହିଛି । ତିହିଡି ଥାନା ପାଳିଆ ବିନ୍ଦା ଗାଁରେ ଏଭଳି ଘଟଣା ଘଟିଛି । ସୂଚନା ଅନୁଯାୟୀ ଭଦ୍ରକର ପାଳିଆବିନ୍ଧାରେ ଶ୍ରୀ ଜଗନ୍ନାଥ ଜୀଉ ଗୋÂୀ କେନ୍ଦ୍ର ରହିଛି । ଏହି ପୀଠରେ ଭାଗବତ ପାଠ କରାଯାଏ । ଏଠାରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ସହ ସୁଦର୍ଶନ ମଧ୍ୟ ପୂଜା ପାଆନ୍ତି । ତେବେ ରବିବାର ରାତିରେ କୌଣସି କାରଣରୁ ଚତୁର୍ଦ୍ଧା ମୂର୍ତ୍ତି ଜଳି ଯାଉଥିବା ଗାଁ ଲୋକ ଦେଖି ହତବାକ ହୋଇଯାଇଥିଲେ । ପରେ ଗାଁ ଲୋକ ମିଶି ନିଆଁ ଲିଭାଇଦେଇଥିଲେ । ତେବେ ଅଗ୍ନିକାଣ୍ଡରୁ ଭାଗବତ ଗାଦି ବର୍ତ୍ତି ଯାଇଛି । ତେବେ ନିଜର ଭାବର ଠାକୁର ଜଳି ଯାଇଥିବାରୁ ଗାଁଲୋକେ ମର୍ମାହତ ହୋଇପଡିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons