ଭୁବନେଶ୍ୱର,(ବି.ବି.ବୁରୋ): ସମ୍ଭାବ୍ୟ ସୁପର ସାଇକ୍ଲୋନ ଅମ୍ଫାନ୍କୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳ ଓ କୋଠାଘରେ ରହୁନଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ନିମନ୍ତେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ସୋମବାର ୯ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ସୋମବାର ଓ ଅତିବେଶୀରେ ମଙ୍ଗଳବାର ପୂର୍ବାହ୍ନ ସୁଦ୍ଧା ଲୋକଙ୍କୁ ସ୍ଥାନାନ୍ତର କରିବାକୁ କହିବା ସହ ଏନେଇ ଆବଶ୍ୟକ ଗାଇଡ୍ଲାଇନ୍ ଜାରି କରିଛନ୍ତି । ଅନ୍ୟପକ୍ଷରେ ରାଜ୍ୟର ପ୍ରାୟ ୧୧ରୁ ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନର (ଏଆରସି) ପ୍ରଦୀପ କୁମାର ଜେନା ସୋମବାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିଦେ୍ର୍ଧଶ ଦେବା ସହ ଗାଇଡଲାଇନ୍ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, କୋଭିଡ୍-୧୯ ପରିଚାଳନା ମଧ୍ୟରେ ଲୋକଙ୍କୁ ସ୍ଥାନାନ୍ତର କରିବା ଏକ ବଡ଼ ଚ୍ୟାଲେଞ୍ଜ । କୋଭିଡ୍-୧୯ ସଂକ୍ରମଣଠୁ ଏହି ବାତ୍ୟା ଅଧିକ ବିପଦପୂର୍ଣ୍ଣ ବୋଲି ଲୋକଙ୍କୁ ବୁଝାସୁଝା କରି ସ୍ଥାନ୍ତର ପାଇଁ ସେ ପରାମର୍ଶ ଦେଇଛନ୍ତି । ଯେଉଁସବୁ ଅସ୍ଥାୟୀ ମେଡିକାଲ କେନ୍ଦ୍ର ରହିଛି ସେଠାକୁ ଲୋକଙ୍କୁ ସ୍ଥାନାନ୍ତର କରିବା ପୂର୍ବରୁ ତାଙ୍କୁ ଭଲଭାବେ ସାନିଟାଇଜ୍ କରିବାକୁ ସେ ନିଦେ୍ର୍ଧଶ ଦେଇଛନ୍ତି । ସେହିପରି ବୟସ୍କ ଲୋକ ଓ ଗର୍ଭବତୀ ମହିଳାଙ୍କୁ ଯଥାସମ୍ଭବ ଅନ୍ୟମାନଙ୍କଠୁ ଦୂରେଇ ରହିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ଦୃଷ୍ଟିରୁ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ କୁହାଯାଇଛି । ବାତ୍ୟା ଆଶ୍ରୟସ୍ଥଳୀରେସାବୁନ ଉପଯୋଗ ନକରିବାକୁ ଲିକୁ୍ୟଡିର ବ୍ୟବସ୍ଥା କରିବା ସହ ସେମାନଙ୍କ ମୁହଁ ଓ ନାକକୁ ମାସ୍କ , ଗାମୁଛା, ଓଢ଼ଣୀ ଅବା ଯେକୌଣସି ସଫା କପଡ଼ାରେ ଘୋଡାଇବା ନିମନ୍ତେ ଲୋକଙ୍କୁ ବୁଝାସୁଝା କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ସ୍ଥାନାନ୍ତର କରିବାବେଳେ ଲୋକଙ୍କୁ ସଚେତନ କରାଇବାକୁ ସେ କହିଛନ୍ତି । ନଡ଼ାଛପର ଘର, ଆଜବେଷ୍ଟସ୍ ଘର, ଟାଇଲ ଘର ଓ ଅନ୍ୟାନ୍ୟ ନୂଆଣିଆ ଚାଳଘର, କୁଡ଼ିଆ କିମ୍ବା ଖାଲୁଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ନିକଟସ୍ଥ ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ କିମ୍ବା ଅନ୍ୟାନ୍ୟ ଚିହ୍ନଟ ନିରାପଦ କୋଠାକୁ ସ୍ଥାନାନ୍ତର କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ସୋମବାର ସୁଦ୍ଧା ସମସ୍ତଙ୍କୁ ସ୍ଥାନନ୍ତର କରିବାକୁ କୁହାଯାଇଛି । ଯଦି କେହି ରହିଯାଇଥିବେ ସେମାନଙ୍କୁ ୧୯ ତାରିଖ ପୂର୍ବାହ୍ନ ସୁଦ୍ଧା ନିଶ୍ଚିତ ଭାବେ ସ୍ଥାନାନ୍ତର କରିବେ । କେବଳ ସେତିକି ନୁହେଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପୌରାଞ୍ଚଳ ଓ ଗ୍ରାମାଞ୍ଚଳରେ ଲଗାଯାଇଥିବା ସମସ୍ତ ହୋଡିଂକୁ କାଢ଼ିବା ପାଇଁ ନିଦେ୍ର୍ଧଶ ଦିଆଯାଇଛି । ଅନ୍ୟପକ୍ଷରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ମୟୂରଭଞ୍ଜ ଜିଲ୍ଲାରେ ୭୬୦୦ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରି ରଖାଯାଇଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୧୧ରୁ ୧୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯିବା ପାଇଁ ସରକାର ପ୍ରସ୍ତୁତ ଥିବା ସେ କହିଛନ୍ତି ।
Comments are closed, but trackbacks and pingbacks are open.