ସକାଳେ ସବୁ ସୁସ୍ଥ: ସନ୍ଧ୍ୟାରେ ପୁଣି ୨୦ ଆକ୍ରାନ୍ତ

Get real time updates directly on you device, subscribe now.

ଜଗତସିଂହପୁର,(ବି.ବି.ନୁ୍ୟଜ୍): ସୋମବାର ସକାଳେ କରୋନା ମୁକ୍ତ ହୋଇଥିବା ଜଗତସିଂହପୁର ଜିଲ୍ଲାରେ ପୁଣି ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନେ ସମସ୍ତେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଅଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯୬ ରେ ପହଞ୍ଚôଛି । ଏନେଇ ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର । ସୋମବାର ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ନାଉଗାଁ ବ୍ଲକ ଜାମୁଗାଁ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ୧୯ ଜଣ ଥିବା ବେଳେ କୁଜଙ୍ଗ ବ୍ଲକ ପଣ୍ଡୁଆ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଜଣେ ଅଛନ୍ତି । ସମସ୍ତେ କୋଲକାତା ଫେରନ୍ତା ବୋଲି ଜଗତସିଂହପୁର ଜିଲ୍ଲାପାଳ କହିଛନ୍ତି । ଏବେ ସମସ୍ତଙ୍କୁ ଆଇସୋଲେସନ କ୍ୟାମ୍ପକୁ ପଠାଇ ଦିଆଯାଇଛି । ଅନ୍ୟପକ୍ଷରେ ସୋମବାର ସକାଳେ ୫ ସୁସ୍ଥ ହେବା ପରେ ଜିଲ୍ଲା କରୋନା ମୁକ୍ତ ହୋଇଥିଲା । ସୋମବାର ସୁଦ୍ଧା ରାଜ୍ୟରେ ୮୯୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ ୪ ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ୨୭୭ ଜଣ ଆରୋଗ୍ୟ ହୋଇଛନ୍ତି । ଏବେ କରୋନା ଆକ୍ରାନ୍ତମାନେ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons