ଥାନା ଭିତରେ ମାଡ଼ାମଙ୍କ ଗୋଇଠା ବିଧା, ଭିଡିଓ ଭାଇରାଲ୍

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ୍): ଥାନା ଭିତରେ ଆଇଆଇସିଙ୍କ ଥଡ୍ ଡିଗ୍ରୀ । ଯୁବକଙ୍କୁ ନିସ୍ତୁକ ମାଡ଼ ମାରୁଛନ୍ତି । ଏପରିକି ଗଡାଇ ଗଡ଼ାଇ ଗୋଇଠା ମଧ୍ୟ ମାରୁଛନ୍ତି । ଯାହାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏପରି ଅଭିଯୋଗ କେନ୍ଦୁଝର ଜିଲ୍ଲାରୁ ଆସିଛି । ଆଉ ଏଭଳି ଅମାନୁଷିକ ଭାବେ ମାଡ଼ ମାରୁଥିବା ମହିଳା ଜଣକ ହେଉଛନ୍ତି ପାଟଣା ଥାନା ଆଇଆଇସି । ଜମିବାଡ଼ି ବିବାଦକୁ ନେଇ ଯୁବକଙ୍କୁ ଲାଠିରେ ନିସ୍ତୁକ ମାଡ଼ ମାରୁଛନ୍ତି ଆଇଆଇସି । ଏତିକିରେ ମନ ଶାନ୍ତ ହେଉନି, ଗୋଇଠା ପରେ ଗୋଇଠା ମାରି ଚାଲିଛନ୍ତି । ପୂର୍ବରୁ ମଧ୍ୟ କେନ୍ଦୁଝର ପୋଲିସର ଔଧତ୍ୟ ଦେଖିବାକୁ ମିଳିଛି । କିଛି ଦିନ ତଳେ କେନ୍ଦୁଝର ଟାଉନ୍ ଥାନାରୋ ଜଣେ ନୁ୍ୟଜ୍ କ୍ୟାମେରାମ୍ୟାନଙ୍କୁ ଦୁବ୍ୟବହାର କରି ଜଣେ ଏସ୍ଆଇଙ୍କ ବଦଳି ହୋଇଥିଲା । ଏହାପରେ ରାଜଚନ୍ଦ୍ରପୁର ଥାନା ଏସ୍ଆଇ ଜଣେ ବ୍ୟକ୍ତିଙ୍କୁ ଉଲଗ୍ନ କରି ମାଡ଼ ମାରି ନିଲମ୍ବିତ ହୋଇଥିଲେ । ତେବେ ପାଟଣା ଥାନା ଆଇଆଇସିଙ୍କ ଏଭଳି ଥାଡ୍ ଡିଗ୍ରୀ ସମ୍ପର୍କରେ ;କନ୍ଦୂଝା ଐସ୍ପିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons