ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଲକ୍ଡାଉନ୍ ପାଇଁ ରାଜ୍ୟରେ ଗାଡ଼ି ଚଳାଚଳ ନେଇ ଥିବା କଟକଣା ପ୍ରତ୍ୟାହାର କରି ନିଆଯାଇଛି । ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ରେ ଏହି ଘଟଣା ପ୍ରତ୍ୟାହାର ହୋଇଛି ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଟ୍ୱିଟ୍ କରି ଜଣାଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ସମସ୍ତ ପ୍ରକାର ସରକାରୀ , ବେସରକାରୀ ଓ ବାଣିଜି୍ୟକ ପରିବହନରେ ଲାଗୁଥିବା ୨ ଚକିଆ ଯାନ ଓ ୪ ଚକିଆ ଯାନ ଚଳାଚଳ ସ୍ୱେଚ୍ଛନ୍ଦରେ ହୋଇପାରିବ । ତେବେ ନିରାପଦ ଭାବେ ଡ୍ରାଇଭିଂ କରିବା ସହ ସାମାଜିକ ଦୂରତା ଅବଲମ୍ବନ କରିବା ଆବଶ୍ୟକ । ଏହା ସହ ଟ୍ରାଫିକ୍ ନିୟମ ମାନିବାକୁ ମଧ୍ୟ କହିଛନ୍ତି ପୋଲିସ କମିଶନର । ତେବେ ଆନ୍ତରାଜ୍ୟ ଯାତ୍ରା ନେଇ ପୂର୍ବ ନିଦେ୍ର୍ଧଶାବଳୀ ପୂର୍ବଭଳି ବଳବତ୍ତର ରହିଛି ବୋଲି ସେ ଜଣାଇଛନ୍ତି ।
Comments are closed, but trackbacks and pingbacks are open.