ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟରେ ଆୁ ୧୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତୁ୍ୟ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭୮ ରେ ପହଞ୍ଚି ଯାଇଛି । ସେମାନଙ୍କ ମଧ୍ୟରୁ ୨୭୭ ଜଣ ସୁସ୍ଥ ହୋଇସାରିଥିବା ବେଳେ ୬୯୬ ଜଣ ଚିକିତ୍ସାଧୀନ ଅଛନ୍ତି । ବାକି ୫ ଜଣଙ୍କ ମୃତୁ୍ୟ ଘଟିଛି । ପୂର୍ବରୁ କରୋନାରେ ୪ ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ଆଉ ଜଣଙ୍କର ମୃତୁ୍ୟ ଘଟିଛି । ମୃତ ବ୍ୟକ୍ତି ଜଣକ କଟକର । ତାଙ୍କୁ ୭୨ ବର୍ଷ ହୋଇଥିଲା । ସେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ । ୧୭ ତାରିଖ ରାତିରେ ତାଙ୍କର ମୃତୁ୍ର ଘଟିଥିଲା । ସେ ଫୁସ୍ଫୁସ୍ ସହିତ ଅନ୍ୟାନ୍ୟ ରୋଗରେ ପୀଡିତ ଥିଲେ । ପରୀକ୍ଷା ପରେ ସେ କରୋନା ଆକ୍ରାନ୍ତ ବୋଲି ଜଣାପଡିଥିଲା । ସୂଚନଯୋଗ୍ୟ, ପୂର୍ବରୁ କରୋନାରେ ପ୍ରାଣ ହରାଇଥିବା ୪ ବ୍ୟକ୍ତିଙ୍କ ମଧ୍ୟରୁ ୨ ଜଜଣ ଖୋର୍ଦ୍ଧାର ଓ ଆଉ ୨ ଜଣ ଗଞ୍ଜାମ ଜିଲଲାର ଥିଲେ । ୧୦୨ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁର ସର୍ବାଧିକ ୩୧ ଜଣ ଥିବା ।ବେଳେ ଜଗତସିଂହପୁରର ୨୩ ,ଭଦ୍ରକର ୨୧, କେନ୍ଦ୍ରାପଡ଼ାର ୮, କଟକର ୪ , ଖୋର୍ଦ୍ଧାର ୪, ପୁରୀର ୪, ଅନୁଗୁଳର ୨, ବାଲେଶ୍ୱରର ୨, ସମ୍ବଲପୁରର ୨ ଓ ନୟାଗଡ଼ର ଜଣେ ଅଛନ୍ତି । ଏମାନଙ୍କ ମଧ୍ୟରୁ ୯୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । ବାକି ୫ ଜଣ ସ୍ଥାନୀୟ ଅଞ୍ଚଳର ୩୧ଟି ନୂଆ କେସ୍ ସହିତ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୮ ରେ ପହଞ୍ଚି ଯାଇଛି । ସେମାନଙ୍କ ମଧ୍ୟରୁ ୫୫ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୧୩ ଜଣ ଚିକିତ୍ସାଧୀନ ଅଛନ୍ତି । ସେହିଭଳି ୨୧ ଟି ନୂଆ କେସ୍ ସହିତ ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୯୫ ରେ ପହଞ୍ଚି ଯାଇଛି । ସେମାନଙ୍କ ମଧ୍ୟରୁ ମାତ୍ର ୨୧ ଜଣ ସୁସ୍ଥ ହୋଇଛନ୍ତି । ବାଲେଶ୍ୱରରେ ଆୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ୧୨୧ ରେ ପହଞ୍ଚôଚି ଯାଇଛି । ସେମାନଙ୍କ ମଧ୍ୟରୁ ୨୫ ଜଣ ସୁସ୍ଥ ହୋଇସାରିଛନ୍ତି । ଜଗତସିହପୁରରେ ୨୩ ଜଣ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ୨୮ ରେପହଞ୍ଚି ଯାଇଛି । ଏଠାରେ ମାତ୍ର ୫ ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ରାପଡ଼ାରେ ୮ ଟି ନୂଆ କେସ୍ ସହିତ ମୋଟ ସଂଖ୍ୟା ୩୮ ରେ ପହଞ୍ଚôଛିଯାଇଛି । ସେମାନଙ୍କ ମଦ୍ୟରୁ ୩ ଜଣ ସୁସ୍ଥ ହୋଇଥିବା ବେଳେ ୩୫ ଜଣ ଚିକିତ୍ସାଧୀନ ଅଛନ୍ତି । କଟକ, ଖୋର୍ଦ୍ଧା ଓ ପୁରୀରେ ୪ ଜଣ ଲେଖାଏ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଠାରେ ସଂଖ୍ୟା ଯଥାକ୍ରମେ ୨୭, ୬୪ ଓ ୩୩ ରେ ପହଞ୍ଚô ଯାଇଚି । କଟକରେ ୨ ଜଣ ସୁସ୍ଥ ହୋଇଥିବା ବେଳେ ପୁରୀରେଜଣେ ଓ ଖୋର୍ଦ୍ଧାରେ ୪୮ ଜଣ ସୁସ୍ଥ ହୋଇଛନ୍ତି । କଟକରେ ଜଣଙ୍କର ମୃତୁ୍ୟ ଘଟିଛି । ୨ ନୂଆ ଆକ୍ରାନ୍ତଙ୍କ ସହିତ ଅନୁଗୁଳରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୧୭ ରେପହଞ୍ଚô ଯାଇଛି । ଏଠାରେ ବି ସମସ୍ତେ ଚିକିତ୍ସାଧୀନ ରହିଛନ୍ତି । ସମ୍ବଲପରରେ ଆଉ ୨ ଜଣ ଚିହ୍ନଟ ହେବା ପେରେ ମୋଟ ସଂଖ୍ୟା ୩ ଜରେ ପହଞ୍ଚିଯାଇଚି । ଏଠାରେ ବି ସମସ୍ତେ ଚିକିତ୍ସାଧୀନ ଅଛନ୍ତି । ଗୋଟିଏ ନୂଆ କେସ୍ ସହିତ ନୟାଗଡ଼ରେ କରୋନା ଆକ୍ରାନ୍ତ୍ ସଂଖ୍ୟା ୧୦ରେପହଞ୍ଚି ଯାଇଛି ।
Comments are closed, but trackbacks and pingbacks are open.