ବାଇକ୍ ସହ ମୁହାଁମୁହିଁ ଧକ୍କା ପରେ ୭୦ ଫୁଟ ତଳକୁ ଖସିଲା ପିଆଜ ବୋଝେଇ ଟ୍ରକ୍

Get real time updates directly on you device, subscribe now.

ମୟୂରଭଞ୍ଜ,(ଘାଷିରାମ ବେହେରା): ମୟୂରଭଞ୍ଜ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ଦୁଆରଶୁଣି ଘାଟିରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବାଇକ୍ ସହ ମୁହାଁମୁହିଁ ଧକ୍କାରେ ଏକ ପିଆଜ ବୋଝେଇ ଟ୍ରକ ଘାଟିରୁ ୭୦ ଫୁଟ୍ ତଳକୁ ଖସି ପଡିଛି । ଏଥିରେ ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ମୃତକ ହେଲେ ବାଇକ୍ ଆରୋହୀ ବଶି ମହାକୁଡ଼ା ଆହତ ସନ୍ଧ୍ୟାରାଣୀ ଗିରି ଓ ଟ୍ରକ୍ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଟ୍ରକ୍ ଡ୍ରାଇଭରଙ୍କ ଘର ମହାରାଷ୍ଟ୍ରରରେ ହୋଇଥିବା ବେଳେ ଦୁଇ ବାଇକ୍ ଆରୋହୀଙ୍କ ଘର ବିଶୋଇ ଅଞ୍ଚଳରେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ଦିନ ପ୍ରାୟ ୧୦ଟା ବେଳେ ଏହି ଦୁଇ ଘଟଣା ଘଟିଥିଲା । ପିଆଜ ବୋଝେଇ ଟ୍ରକଟି ନାସିକରୁ ପଶ୍ଚିମବଙ୍ଗ ଯାଉଥିଲା । ସନ୍ଧ୍ୟାରାଣୀ ଓ ତାଙ୍କ ପୁତୁରା ବିଶି ବାଇକ୍ ଯୋାଗେ ବିପରୀତ ଦିଗରୁ ଆସୁଥିଲେ । ଦୁଆରଶୁଣି ଘାଟିରେ ବାଇକ୍ ସହ ଟ୍ରକର ମୁହାଁମୁହିଁ ଧକ୍କା ହୋଇଥିଲା । ଏହା ପରେ ଟ୍ରକଟି ଘାଟିର ୭୦ ଫୁଟ ତଳକୁ ଖସିପଡିଥିଲା । ସ୍ଥାନୀୟ ଲୋକେ ଓ ଦମକଳ ବାହିନୀ ଗୁରୁତର ଅବସ୍ଥାରେ ତିନି ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ବିଶିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons