ଭଦ୍ରକ,(ବି.ବି.ନୁ୍ୟଜ୍): କ୍ୱାରେଣ୍ଟାଇନ୍ ସେଣ୍ଟରରେ ଜଣେ କୋଲକାତା ଫେରନ୍ତା ପ୍ରବାସୀ ଓଡ଼ିଆଙ୍କ ଅସ୍ୱାଭିକ ମୃତୁ୍ୟ ଘଟିଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ବ୍ୟାବନାପୁର ନୋଡାଲ ସ୍କୁଲରେ ଏହି ଘଟଣା ଘଟିଛି । ମୃତ ବୃଦ୍ଧଙ୍କ ନାଁ ଦେବେନ୍ଦ୍ର ରାଉତ । ତାଙ୍କୁ ୭୨ ବର୍ଷ ହୋଇଥିଲା । ଗତ ରବିବାର ରାତିରେ ସେ କୋଲକାତାରୁ ଫେରି ଭଣ୍ଡାରିପୋଖରୀ ସରକାରୀ ଆଇଟିଆଇରେ ପଞ୍ଜିକରଣ କରିଥିଲେ । ସେଠାରେ ସେ ଅସୁସ୍ଥ ଅନୁଭବ କରିଥିଲେ । ତେବେ ଥର୍ମାଲ ଟେଷ୍ଟିଂ ପରେ ତାଙ୍କୁ ପଞ୍ଚାୟତ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଇ ଦିଆଯାଇଥିଲା । ତା’ପର ଦିନ କ୍ୱାରେଣ୍ଟାଇନ୍ ସେଣ୍ଟରରେ ସେ ଜଳଖିଆ ଖାଇ ଶୋଇ ପଡିଥିଲେ । ତେବେ ମଧ୍ୟାହ୍ନରେ ସେ ଖାଇôା ପାଇଁ ଉଠି ନଥିଲେ । ତେଣୁ ତାଙ୍କୁ ଭଣ୍ଡାରିପୋଖରୀ ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ବୃଦ୍ଧ ଜଣଙ୍କ ବିଭିନ୍ନ ରୋଗରେ ପୀଡ଼ିତ ଥିଲେ ବୋଲି ଡାକ୍ତର କହିଛନ୍ତି ।
Comments are closed, but trackbacks and pingbacks are open.