ପାରାଦୀପରେ ତାଣ୍ଡବ ରଚୁଛି ସାମୁଦ୍ରିକ ଝଡ଼, ପ୍ରବଳ ବର୍ଷା

Get real time updates directly on you device, subscribe now.

ଜଗତସିଂହପୁର/ପାରାଦୀପ,(ବି.ବି.ନୁ୍ୟଜ୍): ସମୟ ବଢ଼ୁଛି । ବାତ୍ୟାର ପ୍ରକୋପ ମଧ୍ୟ ଧିରେ ଧିରେ ବଢୁଛି । ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ମଧ୍ୟ ଧିରେ ଧିରେ ବଢିଚାଲିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ମହାବାତ୍ୟା ଅମ୍ଫାନ ଏବେ ଭୀଷଣ ରୂପ ନେଇ ଉତର- ଉତରପୂର୍ବ ଦିଗରେ ଆଗକୁ ବଢିଚାଲିଛି । ଆଉ ଏହାର ପ୍ରଭାବ ଓଡିଶା ଉପକୂଳ ବର୍ତ୍ତୀ ଅଂଚଳରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ପ୍ରବଳ ବର୍ଷା ଓ ଭୀଷଣ ପବନରେ କେଉଁଠି ଶହ ଶହ ପାନବରଜ ନଷ୍ଟ ହୋଇ ଭୂଇଁରେ ଲୋଟି ପଡିଲାଣି ତ ପୁଣି କେଉଁଠି ମହାବାତ୍ୟା ଅମ୍ଫାନର ପ୍ରଭାବରେ କଚ୍ଚା ଘର ଭାଙ୍ଗିଗଲାଣି, ଆଜବେଷ୍ଟସ୍ ଉଡିଗଲାଣି । ବାତ୍ୟାର ପବନ ମାଡରେ ପାରାଦୀପରେ ବିଜୁଳି ଖୁଂଟ, ଟେଲିଫୋନ ଟାୱାର, ବଡ ବଡ ଗଛ ଉପୁଡିପଡିଥିବା ନେଇ ସୂଚନା ମିଳିଛି ।ତେବେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ବାତ୍ୟା ଅମ୍ଫାନ ଆଜି ଅପରାହ୍ନରୁ ସଂଧ୍ୟା ମଧ୍ୟରେ ପଶ୍ଚିମ ବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟରେ ସୁନ୍ଦରବନ ନିକଟରେ ଭୁଖଣ୍ଡକୁ ଛୁଇଁବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ୧୫୫ରୁ ୧୬୫ କିଲୋମିଟର ରହିବ ବୋଲି ଆଇଏମଡି ଆକଳନ କରିଛି । ଏହି ସମୟରେ ସର୍ବାଧିକ ପବନର ବେଗ ୧୮୫ କିଲୋମିଟର ଯାଏଁ ମଧ୍ୟ ହୋଇପାରେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons