ଟ୍ରକ୍ ପଛରେ ପିଟି ହେଲା ପ୍ରବାସୀ ଶ୍ରମିକଙ୍କ ବସ୍

Get real time updates directly on you device, subscribe now.

ଖଲ୍ଲିକୋଟ,(ବି.ବି.ନୁ୍ୟଜ୍): ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ବେଳେ ପୁଣି ଏକ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଡିମିରିଆ ଛକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ବସ୍ଟି ଏକ ଟ୍ରକ ପଛରେ ଧ୍କା ଦେବାରୁ ୪ ଜଣ ପ୍ରବାସୀ ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କୁ ଖଲ୍ଲିକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବସ୍ରେ ୩୧ ଜଣ ପ୍ରବାସୀ ଶ୍ରମିକ ଥିଲେ । ସେମାନେ ସମସ୍ତେ ପଶ୍ଚିମବଙ୍ଗର । ସେମାନେ ଚେନ୍ନାଇରୁ ବସ୍ ଯୋଗେ ନିଜ ରାଜ୍ୟକୁ ଫେରୁଥିବା ବେଳେ ଦୁର୍ଘଯଣାର ସମ୍ମୁଖୀନ ହୋଇଥିଲେ । ବସ୍ ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଦୁର୍ଘଟଣା ଘଟିଥିଲା । ଡିମିରିଆ ଛକରେ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ମାଲ୍ ବୋଝେଇ ଟ୍ରକ ପଚରେ ବସ୍ଟି ପିଟି ହୋଇଯାଇଥିଲା । ଫଳରେ ବସ୍ ସାମ୍ନାରେ ବସିଥିବା ୪ଜଣ ଶ୍ରମିକ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଫେରାର ହୋଇଯାଇଥିଲା । ଖଲଲିକୋଟ ଡାକ୍ତରଖାନାରେ ଆହତଙ୍କ ଚିକିତ୍ସା ଚାଲିଥିବା ବେଳେ ଅନ୍ୟ ଶ୍ରମିକମାନଙ୍କୁ ପୋଲିସ ସେମାନଙ୍କ ରାଜ୍ୟକୁ ପଠାଇବାକୁ ବ୍ୟବସ୍ଥା କରୁଥିବା ସୁଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons