ଭୁବନେଶ୍ବର: ବାତ୍ୟା ଅମ୍ପାନ ଦିଗ ବଳାଇ ସହ ନିକଟତର ହୋଇଛି। ଦୀଘାର ଦକ୍ଷିଣ-ପୂର୍ବ ଦିଗର ୯୫ କିଲୋମିଟର ଦୂରରେ ବାତ୍ୟା ‘ଅମ୍ଫାନ’। ମହାବାତ୍ୟା ଅମ୍ଫାନର ଲ୍ୟାଣ୍ଡଫଲ୍ ସମୟ ବଦଳିଲା। ଏସ୍ଆର୍ସିଙ୍କ ସୂଚନା ଅନୁସାରେ ସନ୍ଧ୍ୟା ୬ଟାରୁ ୭ ମଧ୍ୟରେ ସୁନ୍ଦରବନ ଇଲାକାରେ ବାତ୍ୟା ଅମ୍ଫାନ ଲ୍ୟାଣ୍ଡଫଲ୍ କରିବ। ଘଣ୍ଟାପ୍ରତି ୨୯ କିଲୋମିଟର ବେଗରେ ଗତି କରୁଛି ବାତ୍ୟା। ଲ୍ୟାଣ୍ଡଫଲ୍ କରିବା ବେଳେ ଘଣ୍ଟାପ୍ରତି ଅମ୍ଫାନର ବେଗର ୧୫୫ରୁ ୧୬୦ ବେଗରେ ପବନ ବୋହିବ ବୋଲି ଏସ୍ଆର୍ସି ସୂଚନା ଦେଇଛନ୍ତି। ଲ୍ୟାଣ୍ଡଫଲ୍ ଗଷ୍ଟି ଓ୍ବିଣ୍ଡ ୧୮୫ କିମି ରହିବ। ସମୁଦ୍ରରେ ଅମ୍ଫାନର ଘଣ୍ଟାପ୍ରତି ୧୬୫ରୁ ୧୭୦ ବେଗରେ ପବନ ରହିଛି। ସନ୍ଧ୍ୟା ଯାଏ ଭଦ୍ରକ , ବାଲେଶ୍ବର, ଜଗତସିଂହପୁର ଏବଂ କେନ୍ଦ୍ରପାଡା ରେ ପବନ ଲାଗି ରହିବ। ଦୀର୍ଘାର ଦଣିଣ-ପୂର୍ବ ଅଞ୍ଚଳରୁ ଅମ୍ଫାନ ୧୨୫ କିଲୋମିଟର ଦୂରରେ ରହିଛି।
Comments are closed, but trackbacks and pingbacks are open.