ଖୋର୍ଦ୍ଧା,(ବି.ବି.ନୁ୍ୟଜ୍): ସାମାନ୍ୟ କଥା କଟାକଟିରୁ ଜଣେ ଯୁବକଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ମାନ ହୋଇଥିବା ଅଭିଯୋଗ ହୋଇଛି । ଏପରିକି ବର୍ବରତାର ସୀମା ଲଂଘି ୧୦ ରୁ ୧୨ ଦୁର୍ବୃତ୍ତ ତାଙ୍କୁ ନିସ୍ତୁକ ପିଟିଛନ୍ତି । ଏଭଳି ଲୋମ ହର୍ଷଣକାରୀ ଘଟଣା ଖୋର୍ଦ୍ଧା ବାଘମାରୀ ଥାନା ପୋଡ଼ାଡିହ ଗାଁରେ ଘଟିଛି । ପୋଲିସ ଘଟଣାର ତଦନ୍ତ କରୁତôଲେ ବି କାହାକୁ ଗିରଫ ନ କରିବା ଘଟଣାକୁ ଅଧିକ ରହସ୍ୟ ଘେରକୁ ଠେଲି ଦେଇଛି । ମିଳିଥିବା ସୂଚନା ମୁତାବକ ଗତ ୮ ତାରିଖରେ ପୋଡ଼ାଡିହ ଗାଁ ଦେଇ ଏକ ଟ୍ରାକ୍ଟର ଯାଉଥିବା ବେଳେ ସ୍ଥାନୀୟ ବ୍ୟକ୍ତିଙ୍କ କାର୍ ସହ ଧକ୍କା ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ସ୍ଥାନୀୟ ଲୋକେ ଟ୍ରାକ୍ଟର ଡ୍ରାଇଭରଙ୍କୁ ମାଡ଼ ମାରିଥିଲେ । ଉକ୍ତ ସମ୍ରରେ ଟ୍ରାକ୍ଟର ମାଲିକ ରମେଶ ଜଗଦେବ ସେଠାରେ ପହଞ୍ଚି ଆଲୋଚନା ମାଧ୍ୟମରେ ଘଟଣାର ସମାଦାନ କରିବାକୁ କହିଥିଲେ । ହେଲେ ଏହାକୁ ଶୁଣିବାକୁ ନାରାଜ ଲୋକେ ଡ୍ରାଇଭରଙ୍କୁ ଛାଡ଼ି ରମେଶଙ୍କୁ ପିଟିବା ଆରମ୍ଭ କରିଦେଲେ । ରମେଶଙ୍କ ଘର ମଧ୍ୟ ପୋଡ଼ାଡିହ ଗାଁରେ ହୋଇଥିବା ବେଳେ ନିଜ ଗାଁରେସେ ଏପରି ଅତର୍କିତ ଆକ୍ରମଣର ଶିକାର ହେଲେ । ଏପରିକି ଗାଁର ୧୦ ରୁ ୧୨ ଜଣ ବ୍ୟକ୍ତି ମିଳିତ ଭାବେ ଠେଙ୍ଗା , ବାଡ଼ି ସାହାଯ୍ୟରେ ତାଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ନିସ୍ତୁକ ପିଟିବାକୁ ଲାଗିଲେ । ଛାଡ଼ିଦେବାକୁ ବାରମ୍ବାର ଆକୁଳ ନିବେଦନ କରିବା ସତ୍ତେ୍ୱ ସେମାନେ ତାଙ୍କୁ ସାଂଘାତିକ ଭାବେ ପିଟିବାକୁ ଲାଗିଥିଲେ । ବିଚ୍ ରାସ୍ତାରେ ଏପରି ହୃଦୟ ବିଦାରକ ଘଟଣା ଦୀର୍ଘ ସମୟ ଧରି ଚାଲିଥିବା ବେଳେ କେହି ଏହାକୁ ରୋକିବାକୁ ସାହସ କରିପାରିନଥିଲେ । ଏପର୍ଯ୍ୟନ୍ତ ପୋଲିସ କାହାରିକୁ ଗିରଫ କରୁ ନଥିବା ଅଭିଯୋଗ ହୋଇଛି ।
Comments are closed, but trackbacks and pingbacks are open.