ଚକୋଲେଟ ଦେବା ବାହାନାରେ ଶିଶୁକୁ ଦୁଷ୍କର୍ମ

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ୍): ଚକୋଲେଟ ଦେବା ବାହାନରେ ଜଣେ ୪ ବର୍ଷୀୟ ଶିଶୁ କନ୍ୟା ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏପରି ପାଶବିକ ଅତ୍ୟାଚାର କରି ସାରିବା ପରେ ଶିଶୁଟିର ତଣ୍ଟିଚିପି ହତ୍ୟା ଉଦ୍ୟମ କରିଥିଲା ଅଭିଯୁକ୍ତ । ଏପରି ଲୋମହର୍ଷଣକାରୀ ଘଟଣା କୋରାପୁଟ ଜିଲ୍ଲା କାକିରିଗୁମ୍ମା ଥାନା ଅଞ୍ଚଳରେ ଘଟିଛି । ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଚକୋଲେଟ ଦେବା ବାହାନାରେ ଜଣେ ଯୁବକ ଏହି ଶିଶୁଟିକୁ ନିକଟସ୍ଥ ଜଙ୍ଗଲକୁ ଡାକି ନେଇ ଦୁଷ୍କର୍ମ କରିଥିଲା । ଏହାପରେ କାଳେ କଥା ପ୍ରଘଟ ହୋଇଯିବ ଆଶଙ୍କା କରି ଶିଶୁଟିର ତଣ୍ଟି ଚିପି ହତ୍ୟା ମଧ୍ୟ କରିଥିଲା । କିଛି ସମୟ ପରେ ମରିଗଲା ଭାବି ଛୁଆଟିକୁ ଜଙ୍ଗଲରେ ପକାଇ ଫେରାର ହୋଇଯାଇଥିଲା । ପରିବାର ଲୋକେ ବହୁ ଖୋଜାଖୋଜି ପରେ ଗୁରୁତର ଅବସ୍ଥାରେ ଛୁଆକୁ ଉଦ୍ଧାର କରି କୋରାପୁଟ ମେଡିକାଲ କଲେଜରେ ଭର୍ତ୍ତି କରିଛନ୍ତି । ଏଥିନେଇ କାକିରିଗୁମ୍ମା ଥାନାରେ ୫୧/୨୦ ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଛି । ହେଲେ ଏଯାଏ ଅଭିଯୁକ୍ତ ଗିରଫ ହୋଇ ନ ଥିବା ଜଣାଯାଇଛି । ଆଜି (ଗୁରୁବାର) ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାଶ ମେଡିକାଲରେ ପହଞ୍ଚି ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଏଥିନେଇ ଡିସିପିଓ ରାଜଶ୍ରୀ ଦାଶ କହିଛନ୍ତି ଯେ, ଶିଶୁକନ୍ୟା ସହ ଦୁଷ୍କର୍ମ କରାଯିବା ପରେ ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଛି । ଶିଶୁର ବେକରେ ଦାଗ ରହିଛି । ଶିଶୁକୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇବା ସହିତ ଏମିତି ଅପରାଧ ଘଟାଇଥିବା ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁÂାନ ପାଇଁ ସେ ଉଦ୍ୟମ କରିବେ ବୋଲି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons