ନୀଳଗିରି: ପୁଣି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଯୁବତୀଙ୍କୁ ଦୁଷ୍କର୍ମ କରି ଅଭିଯୁକ୍ତ ଗିରଫ। ନୀଳଗିରି ଥାନା ଅନ୍ତର୍ଗତ ଜୁଣିଆଁ ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛି। ପୋଲିସ୍ର ସୂଚନା ମୁତାବକ, ଔପଦା ବ୍ଲକର ବାଉଁଶବଣିଆ ପଞ୍ଚାୟତର ଜୁଣିଆଁ ଅଞ୍ଚଳର ଭୁବନ ନାୟକଙ୍କ ପୁଅ ଚେମା ଦୁଇଦିନ ତଳେ ନିଶାରେ ଚୁର ହୋଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପୀଡିତାଙ୍କ ଘରେ କେହି ନଥିବାର ସୁଯୋଗ ଦେଖି ତାଙ୍କୁ ଦୁଷ୍କର୍ମ କରିଥିବା ପୀଡିତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ।
ପୀଡ଼ିତା ନିଜକୁ ବଞ୍ଚାଇବାକୁ ଚେଷ୍ଟା କରି ଆହତ ମଧ୍ୟ ହୋଇଥିଲେ।ହେଲେ ଯୌନ ପିପାସୁ ଚେମା ଯୁବତୀର ସର୍ବନାଶ କରିଥିଲା। ଏନେଇ ପୀଡିତା ପରିବାର ସହ ନୀଳଗିରି ଥାନାରେ ନ୍ୟାୟଭିକ୍ଷା କରିଥିଲେ। ଏହା ପରେ ୧୬୨ ନମ୍ବର ମାମଲା ରୁଜୁକରି ନୀଳଗିରି ଆଇଆଇସି ମିନତୀ ନାୟକ ତଦନ୍ତ ଆରମ୍ବ କରିବା ସହ ଅଭିଯୁକ୍ତ ଚେମାକୁ ଗିରଫ କରିଛନ୍ତି। ଖୁବ ଶୀଘ୍ର ପୀଡିତା ଏବଂ ଅଭିଯୁକ୍ତର ଡାକ୍ତରୀ ମାଇନା କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି।
Comments are closed, but trackbacks and pingbacks are open.