ଚୋରା ଚାଲାଣ ବେଳେ ବଜ୍ରକାପ୍ତା ଉଦ୍ଧାର, ଦୁଇ ଗିରଫ

Get real time updates directly on you device, subscribe now.

ଆଠଗଡ : ଚୋରା ଚାଲାଣ ବେଳେ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି ଆଠଗଡ଼ ବନବିଭାଗ । ଖୁଣ୍ଟୁଣୀ ରେଞ୍ଜ ନୂଆପାଟଣା ମଧୁସୁଦନ ସେତୁ ନିକଟରୁ ରେଢ଼ାଖୋଲରୁ ଆସୁଥିବା ଏହି ବିରଳ ପ୍ରଜାତିର ପ୍ରାଣୀକୁ ଉଦ୍ଧାର କରାଯାଇଛି ।
ଏହାସହ ଏଥିରେ ସଂପୃକ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ କଟକ ଶିଖରପୁରର ମନୋଜ ଦଳେଇ ଏବଂ କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ଅଞ୍ଚଳର ଚନ୍ଦ୍ରମଣୀ ଜେନା । ସେମାନଙ୍କ ନିକଟରୁ ବଜ୍ରକାପ୍ତା ସହିତ ଏକ ଭେସ୍ପା ସ୍କୁଟର ଜବତ କରାଯାଇଛି । ଗିରଫ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons