ଧରା ପଡି ଛେଚା ଖାଇଲେ ଭଦ୍ରମୁଖା ପିନ୍ଧା ଚୋର

Get real time updates directly on you device, subscribe now.

ହିନ୍ଦୋଳ: ଚୋରା-ଡ଼କାୟତମାନେ ଚୋରି କରିବା ଲାଗି ଆପଣାଇଛନ୍ତି ଅଭିନବ ଉପାୟ। ରାସ୍ତା-ଘାଟରେ ଚୋରି କରି ଧରା ପଡିବା ଭୟରେ ଏବେ ସାଜିଛନ୍ତି ଭଦ୍ର ଲୋକ। ଭଦ୍ର ଲୋକ ଭାବେ ଆସି ଘରୁ ସମସ୍ତଙ୍କ ସାମ୍ନାରେ କିପରି ଚୋରି କରିବେ ସେନେଇ ସାଜୁଛନ୍ତି ଭଦ୍ରକ ଲୋକ। ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ରାସୋଳ ୟୁକୋ ବ୍ୟାଙ୍କରୁ ୧ ଲକ୍ଷ ଟଙ୍କା ଉଠାଇ ନିଜ ଘରକୁ ଫେରିଥିଲେ। ହେଲେ ତାଙ୍କୁ ପିଛା କରି ଆସୁଥିବା କିଛି ଭଦ୍ର ଚୋର ତାଙ୍କ ଘରେ ପହଁଞ୍ଚି ଆରମ୍ଭ କରିଥିଲେ ଟଙ୍କା ହଡବ କରିବାର ଷଡ଼ଯନ୍ତ୍ର।
ପୁଣି ଦୁର୍ବୃତ୍ତମାନେ ନିଜ ବ୍ୟାଙ୍କ କର୍ମଚାରୀର ପରିଚୟ ଦେଇଥିଲେ। ମହିଳାଙ୍କୁ କହିଥିଲେ ଆପଣ ଯେଉଁ ଟଙ୍କା ବ୍ୟାଙ୍କରୁ ଉଠାଇଲେ, ସେସବୁ ନକଲି ଟଙ୍କା। ତେଣୁ ଟଙ୍କା ଫେରସ୍ତ କରିବା ଲାଗି ସେମାନେ ଆସିଥିବା ଦୁର୍ବୃତ୍ତମାନେ କହିଥିଲେ। କିନ୍ତୁ ଅଧିକ ସମୟ ସେମାନଙ୍କ ନାଟକ ରହି ନଥିଲା। ଟଙ୍କା ନେଇ ଯିବାବେଳେ ସ୍ଥାନୀୟ ଲୋକେ ସେମାନଙ୍କ ପ୍ରକୃତ ଉଦ୍ଦେଶ୍ୟ ବୁଝି ପାରିଥିଲେ।ତା ପରେ ୨ ଚୋରକୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଧୁମ ମାଡ ମାରିଥିଲେ। ଏହା ପରେ ସେମାନଙ୍କୁ ସ୍ଥାନୀୟ ପୋଲିସ୍‌କୁ ହସ୍ତାନ୍ତର କରିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons