ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯ ରେ ପହଞ୍ଚି ଥିବା ବେଳେ ନୂତନ ଭାବେ ଚିହ୍ନଟ ୮୬ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର । ଏନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି । ସୂଚନା ଅନୁଯାୟୀ , କେନ୍ଦୁଝରରେ ଚିହ୍ନଟ ୩ ଆକ୍ରାନ୍ତଙ୍କ ମଧ୍ୟରୁ ସମସ୍ତେ ପଶ୍ଚିମବଙ୍ଗରୁ ଫେରିଥିଲେ ଓ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । ପୁରୀରେ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ଗୁଜରାଟରୁ ଓ ଅନ୍ୟ ଦୁଇ ଜଣ ପଶ୍ଚିମବଙ୍ଗରୁ ଫେରିଥିଲେ । ସମସ୍ତେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । ଗଞ୍ଜାମର ୫ ଜଣଙ୍କ ମଧ୍ୟରୁ ୩ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । ଏହି ୩ ଜଣଙ୍କ ମଧ୍ୟରୁ ୨ ଜଣ ସୁରଟରୁ ଓ ଜଣେ ତାମିଲନାଡୁରୁ ଫେରିଥିଲେ । ବାକି ୨ ଜଣ ସ୍ଥାନୀୟ ଅଞ୍ଚଳର । ଯାଜପୁରର ୪୬ ଜଣଙ୍କ ମଧ୍ୟରୁ ୩୭ ଜଣ ପଶ୍ଚିମବଙ୍ଗରୁ ଫେରିଥିବା ବେଳେ ଜଣେ ତେଲେଙ୍ଗାନାରୁ , ୨ ଜଣ ତାମିଲନାଡୁରୁ , ୪ ଜଣ ୟୁଏଲ୍ରୁ , ଜଣେ ଛତିଶଗଡ଼ରୁ ଓ ଜଣେ ହରିଆଣାରୁ ଫେରିଥିଲେ । ଏମାନେ ସମସ୍ତେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । ସୁନ୍ଦରଗଡ଼ରେ ଜଣେ ଚିହ୍ନଯ ହୋଇଥିବା ବେଳେ ସେ କ୍ୱାରେଣ୍ଟାଇନ୍ ଜୋନ୍ରେ ଥିଲେ । ଖୋର୍ଦ୍ଧାରେ ୩ ଜଣ ଚିହ୍ନଟ ହୋଇଥିବା ବେଳେ ଜଣେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ତିଲେ ଓ ସେ ମହାରାଷ୍ଟ୍ରରୁ ଫେରିଥିଲେ । ଅନ୍ୟ ୩ ଜଣ ସ୍ଥାନୀୟ ଅଞ୍ଚଳର ।
Comments are closed, but trackbacks and pingbacks are open.