ବାତ୍ୟା କ୍ଷୟକ୍ଷତି: ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ରାଷ୍ଟ୍ରପତି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବାତ୍ୟା ଅମ୍ଫାନ୍ କ୍ଷୟକ୍ଷତିର ଆକଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ରାଜ୍ୟର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ରାଷ୍ଟ୍ରପତି ଆଜି ଉଭୟ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫୋନ୍ କରି ବାତ୍ୟା ସମ୍ପର୍କରେ ପଚାର ିବୁଝିଛନ୍ତି । ସୂଚନା ଅନୁସାରେ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପୂର୍ବାହ୍ନରେ ରାଜ୍ୟପାଳ ପ୍ରପେସର ଗଣେଶୀଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫୋନ୍ କରି ବାତ୍ୟା ଅମ୍ଫାନ୍ ଯୋଗୁ ହୋଇଥିବା କ୍ଷୟକ୍ଷତି ଓ ଲୋକମାନଙ୍କ ସୁରକ୍ଷା ବିଷୟରେ ଚିନ୍ତା ବ୍ୟକ୍ତ କରିଥିଲେ । ଏହାସହିତ ଏଭଳି ସଙ୍କଟ ସମୟରେ ରାଜ୍ୟର ଲୋକମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବା ଲାଗି ସମଗ୍ର ଦେଶ ଏକଜୁଟ ହୋଇଛି ବୋଲି ରାଷ୍ଟ୍ରପତି ଆଶ୍ୱାସନା ଦେଇଥିଲେ । ବାତ୍ୟା ପ୍ରଭାବିତ ଅଞ୍ଚଳ ଖୁବ୍ଶୀଘ୍ର ଦୃଢ଼ତାର ସହ ସ୍ଥିତିକୁ ମୁକାବିଲା କରି ସେଥିରୁ ମୁକୁଳିବ ବୋଳି ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଦୃଢ଼ ଆଶାବ୍ୟକ୍ତ କରିଥିଲେ । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ଆଜି ପଶ୍ଚିମବଙ୍ଗରେ ବାତ୍ୟା କ୍ଷୟକ୍ଷତି ସ୍ଥିତିର ଆକଳନ ଓ ସମୀକ୍ଷା କରିବା ପରେ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି । ସେ ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ସହ କ୍ଷୟକ୍ଷତିର ସମୀକ୍ଷା କରି ଦିଲ୍ଲୀ ଫେରିଯିବେ ବୋଲି ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons