ବସ୍ତା: ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ ହୋଇଛି । ଗାଧୋଇବା ବେଳେ ଯୁବକ ଜଣଙ୍କ ବୁଡିଯିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ବଲେଶ୍ବର ଜିଲ୍ଲା ବସ୍ତା ବ୍ଲକ୍ ମଥାନୀ ପଞ୍ଚାୟତ ପଣ୍ଡରୁଙ୍ଗୀ ଗାଁର ରବୀନ୍ଦ୍ର ଧଳଙ୍କ ପୁଅ ଶଶୀକାନ୍ତ ଧଳ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ତେବେ ଗାଧୋଇବା ବେଳେ ଗୋଡ ଖସି ଯିବାରୁ ଯୁବକ ଜଣଙ୍କ ବୁଡି ଯାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ପାଣିରେ ବୁଡିବାର କିଛି ସମୟ ପରେ ତାଙ୍କ ମୃତଦେହ ପାଣିରେ ଭାସିଥିଲା । ଗାଁ ଲୋକ ତାଙ୍କକୁ ଉଦ୍ଧାର କରି ବସ୍ତା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
Comments are closed, but trackbacks and pingbacks are open.