ବାଲି ଉଠାଇବାକୁ ଯାଇଥିବା ବେଳେ ମାଡ଼ି ଆସିଲା ପାଣି, ବୁଡ଼ିଲା ୫ଟି ହାଇୱେ

Get real time updates directly on you device, subscribe now.

ଯାଜପୁର,(ବି.ବି.ନୁ୍ୟଜ୍): ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅଧୀନ ଲିଙ୍ଗେଶ୍ୱର ଘାଟରେ ୫ଟି ହାଇୱେ ଗାଡ଼ି ବୁଡ଼ି ଯାଇଛି । ଆଜି ଭୋର ସମୟରେ ଏହି ଗାଡ଼ି ଗୁଡ଼ିକ ବାଳି ନେବା ପାଇଁ ଘାଟ ମଧ୍ୟରେ ପଶିଥିବା ବେଳେ ହଠାତ୍ ଚେକପୋଷ୍ଟରୁ ପାଣି ଛାଡ଼ି ଦିଆଯାଇଥିଲା । ଫଳରେ ଗାଡ଼ି ଗୁଡିକ ସମ୍ପୂର୍ଣ୍ଣ ବୁଡ଼ି ଯାଇଥିଲା । ତେବେ ଏଥିରେ ଥିବା ଡ୍ରାଇଭର ଓ କର୍ମଚାରୀମାନେ ଦୌଡ଼ି ପଳେଇ ଆସିବାରେ ସଫଳ ହୋଇଥିଲେ । ଏହି ଘଟଣାରୁ ରକ୍ଷା ପାଇଯାଇଥିଲା । ୫ଟି ।କ ହାଇୱେ ପାଣି ମଧ୍ୟରେ ଥିବା ବେଳେ କାହା ଅନୁମତିରେ ଏଠାରୁ ବାଲି ଉଠାଯାଉଥିଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । କାରଣ ଏହି ଅଞ୍ଚଳକୁ ନିଷେଦ୍ଧାଞ୍ଚଳ ଘୋଷଣା କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons