ରକ୍ତ ଦେଇ ମହିଳାଙ୍କ ଜୀବନ ବଞ୍ଚାଇଲେ ବ୍ଲକ ଅଧ୍ୟକ୍ଷା

Get real time updates directly on you device, subscribe now.

ଜଗତସିଂହପୁର,(ବି.ବି.ନୁ୍ୟଜ୍): ରକ୍ତଦାନ କରି ଜଣଙ୍କ ଜୀବନ ବଞ୍ଚାଇଛନ୍ତି ରଘୁନାଥପୁର ବ୍ଲକ ଅଧ୍ୟକ୍ଷା ସ୍ୱପ୍ନା ସରିତା ବଳ । ଲକ୍ଡାଉନ୍ ସମୟରେ ସ୍ଥିତିର ଗୁରୁତ୍ୱ ବୁଝି ବିଳମ୍ବ ନ କରି ବ୍ଲକ ଅଧ୍ୟକ୍ଷା ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାରେ ପହଞ୍ଚି ରକ୍ତ ଭଣ୍ଡାର କେନ୍ଦ୍ରରେ ରକ୍ତଦାନ କରିଥିଲେ । ଯାହା ଫଳରେ ଗୁରୁତର ରୋଗରେ ପୀଡ଼ିତ ହୋଇ ଛଟପଟ ହେଉଥିବା କୁଜଙ୍ଗ ବ୍ଲକ ଦୁଆଡ଼ିଆ ଗ୍ରାମର ପଞ୍ଚାନନ ପଲେଇଙ୍କ ସ୍ତ୍ରୀ ଦୁଃଖୀଙ୍କ ଜୀବନ ବଞ୍ଚିଯାଇଛି ।
ଦୁଃଖୀଙ୍କ ବ୍ଲଡ୍ ଗ୍ରୁପ୍ ହେଉଛି ବି-ନେଗେଟିଭ୍ । ଗତ କିଛି ଦିନ ହେଲାଣି ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ରକ୍ତ ଦିଆଯିବା କଥା । ହେଲେ ବି-ନେଗେଟିଭ୍ ବ୍ଲଡ଼ ଗ୍ରୁପ୍ର ରକ୍ତ ପର୍ଯ୍ୟାପ୍ତ ପରିମାଣରେ ମିଳି ନ ଥାଏ, କି ରକ୍ତ ଭଣ୍ଡାରରେ ଏହା ଗଚ୍ଛିତ ରହିବା ହାର କମ୍ ଥାଏ । ତଥାପି ଏହି ଗ୍ରୁପ୍ର ରକ୍ତ ଖୋଜିବା ପାଇଁ ପଞ୍ଚାନନଙ୍କୁ ଜଗତସିଂହପୁର ଠାରୁ ଆରମ୍ଭ କରି କଟକ ପର୍ଯ୍ୟନ୍ତ ବୁଲିବାକୁ ପଡ଼ିଥିଲା । ପରେ ଏହି ଖବର ବିଜେଡିର ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ମଧୁସୁଦନ ସାହୁଙ୍କ କାନରେ ପଡ଼ିଥିଲା । ଯେହେତୁ ନିକଟରେ ରଘୁନାଥପୁରରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁÂିତ ହୋଇଥିଲା ଏବଂ ସେଠାରେ ବ୍ଲକ ଅଧ୍ୟକ୍ଷାଙ୍କ ବ୍ଲଡ଼ ଗ୍ରୁପ୍ ବି-ନେଗେଟିଭ୍ ରହିଥିବା କଥା ସଂଯୋଜକ ଶ୍ରୀ ସାହୁଙ୍କୁ ଜଣାଥିଲା, ତେଣୁ ସେ ନିଜ ଆଡ଼ୁ ଏହି ଖବର ଅଧ୍ୟକ୍ଷାଙ୍କୁ ଜଣାଇଥିଲେ । କରୋନା ମହାମାରୀ ସମୟରେ ଅନେକ ଲୋକ ଉପଯୁକ୍ତ ଚିକିତ୍ସା ପାଇପାରୁ ନାହାନ୍ତି । ଯାନବାହନ ଚାଲୁ ନ ଥିବାରୁ ଅନେକ ରୋଗୀ ଛଟପଟ ହେଉଛନ୍ତି । ତେବେ ଆଜି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରି ଜଣଙ୍କ ଜୀବନ ବଞ୍ଚାଇଥିବାରୁ ବ୍ଲକ ଅଧ୍ୟକ୍ଷାଙ୍କୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons