ମାଲବାହୀ ଟ୍ରେନ୍ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

Get real time updates directly on you device, subscribe now.

ବୀରମିତ୍ରପୁର,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରାଞ୍ଚଳ ଅନ୍ତର୍ଗତ ଗାନ୍ଧୀ ରୋଡ୍ ନିକଟରେ ଥିବା ରେଳ ଲାଇନ୍ରେ ଜଣେ ଯୁବକ ଏକ ମାଲବାହୀ ଟ୍ରେନ୍ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ତାଙ୍କ ନାଁ ସମୀର ସା( ୨୦) । ତାଙ୍କ ଘର ଗାନ୍ଧୀ ରୋଡ୍ରେ । ଆଜି ସକାଳେ ସମୀର କୌଣସି କାରଣକୁ ନେଇ ମାଲବାହୀ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି । ଟ୍ରେନ୍ ଧକ୍କାରେ ତାଙ୍କର ବେକ କଟି ଯାଇଛି । ସମୀର ସାମାନ୍ୟ ମସ୍ତିଷ୍କ ବିବୃତି ଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ରେଳବାଇ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ଘଟଣାର ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons