କାଲିଠାରୁ ରାଜ୍ୟରେ ଗଡ଼ିବ ବସ୍, ଟ୍ୟାକ୍ସି, ଅଟୋ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟରେ ଆସନ୍ତାକାଲିଠାରୁ ଗଡ଼ିବ ବସ୍ । ଏଥିସହ ଟ୍ୟାକ୍ସି, ଅଟୋ ଆଦି ମଧ୍ୟ ଯାତା୍ରତ କରିପାରିବ । ଆନ୍ତଜିଲ୍ଲା ତଥା ସହର ମଧ୍ୟରେ ସିଟି ବସ୍ ଚଳାଚଳ କରିପାରିବ । ଯାତ୍ରୀଙ୍କ ସୁବିଧା ନିମନ୍ତେ ଏହି ସବୁ ପଦକ୍ଷେପ ନିଆଯାଇଥିବା ବେଳେ ଏଥିନିମନ୍ତେ କିନ୍ତୁ ଗୋଟିଏ କଟକଣା ଲାଗୁ କରାଯାଇଛି । ୪ ଚକିଆ ଓ ୩ ଚକିଆ ଯାନରେ ଡ୍ରାଇଭର ଛଡ଼ା ଆଉ ୨ ଯାତ୍ରୀ ଯାତ୍ରା କରିପାରିବେ । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ଆର୍ସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ବସ୍ରେ ପୂର୍ବରୁ ୫୦ ପ୍ରତିଶତ ଯାତ୍ରୀ ଯିବା ନିମନ୍ତେ ନିୟମ ହୋଇଥିବା ବେଳେ ଏବେ ଯେତିକି ସିଟ୍ ସେତିକି ଯାତ୍ରୀ ବୋଲି କହିଛନ୍ତି ଏସ୍ଆର୍ସି । ଏଥିନିମନ୍ତେ ଯାତ୍ରୀମାନଙ୍କୁ ଭଡ଼ାର ଦୁଇ ଗୁଣ ଦେବାକୁ ପଡିବ ବୋଲି ପରିବହନ ମନ୍ତ୍ରୀ ପୂର୍ବରୁ କହି ସାରିଛନ୍ତି । କିନ୍ତୁ ଏବେ ଏସ୍ଆର୍ସିଙ୍କ ନୂଆ ଘୋଷଣା ପରେ କିପରି ସାମାଜିକ ଦୂରତା ନିୟମ ପାଳନ ହେବ ଏବଂ ବସ୍ ଭଡ଼ା କିପରି ଧାର୍ଯ୍ୟ କରାଯିବ ତାକୁ ନେଇ ଆରମ୍ଭ ହୋଇଛି ଦ୍ୱନ୍ଦ୍ୱ । ଏହାବ୍ୟତୀତ ଏସ୍ଆରସି ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ, ଯାତ୍ରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ , ନଚେତ ଦଣ୍ଡିତ ହେବେ । ଯଦି କୌଣସି ଯାତ୍ରୀଙ୍କ କରୋନା ଲକ୍ଷଣ ଥିବ, ତାହେଲେ ବସ୍ରେ ଯାତ୍ରା କରିପାରିବେ ନାହିଁ । ଯାତ୍ରୀମାନେ ନିଜ ପାଖରେ ସାନିଟାଇଜର ରଖିବାକୁ ପରାମର୍ଶ ଦିଆଯାଇଛି । ଓଲା, ଉବେର ପରି ଟ୍ୟାକ୍ସିକୁ ୨୪ ଘଣ୍ଟା ଚଳାଚଳ ନିମନ୍ତେ ଅନୁମତି ମିଳିଛି । ଫଳରେ ବିମାନ ବନ୍ଦର, ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡକୁ ଯାଉଥିବା ଯାତ୍ରୀ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । କିନ୍ତୁ ଯାତ୍ରା ସମୟରେ ଯାତ୍ରୀମାନେ ସବୁବେଳେ ମାସ୍କ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏଥିରେ ଖିଲାସ ହେଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁÂାନ ଗ୍ରହଣ କରାଯିବ । ଯେଉଁ ବ୍ୟକ୍ତିଙ୍କ ନିକଟରେ କରୋନା ଲକ୍ଷଣ ଦେଖାଯିବ, ସେମାନଙ୍କୁ ଗାଡ଼ିରେ ଯିବାକୁ ଅନୁମତି ମିଳିବ ନାହିଁ । ତୁରନ୍ତ ୧୦୪ କୁ ଫୋନ୍ କଲେ ସେମାନଙ୍କୁ ଆବଶ୍ୟକ ଅନୁଯାୟୀ ପରାମର୍ଶ , ନିଦେ୍ର୍ଧଶ ଦିଆଯିବ ବୋଲି କହିଛନ୍ତି ଏସ୍ଆର୍ସି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons