ଭଞ୍ଜନଗର,(ବି.ବି.ବୁ୍ୟରୋ): ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଦାରିଙ୍ଗିବାଡିର ୯ ନମ୍ବର ଘାଟିରେ ଫସିଗଲା ପ୍ରବାସୀ ଓଡ଼ିଆଙ୍କ ବସ୍ । ରାତି ତମାମ ବସ୍ଟି ଘାଟିରେ ଫସି ରହିଥିବା ବେଳେ ଆଜି ସକାଳେ ଏହାକୁ ସେଠାରୁ ଆଗକୁ ଅଣାଯାଇଥିଲା । ବସ୍ଟି ତାମିଲନାଡୁ କୋଏମ୍ବାଟୁରରୁ ୩୨ ଜଣ ପ୍ରବାସୀ ଓଡ଼ିଆଙ୍କୁ ଧରି ବଲାଙ୍ଗିର ଅଭିମୁଖେ ଯାଉଥିଲା । ହେଲେ ବସ୍ଟି ଅଧିକ ଲମ୍ବା ହୋଇଥିବାରୁ ଘାଟିର ବୁଲାଣି ରାସ୍ାତରେ ବୁଲି ନ ପାରି ଫସି ଯାଇଥିଲା । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇଁ ସୋରଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ରାତିରେ ବସ୍ଟିକୁ ସେଠାରୁ ଆଗକୁ ଅଣାଯାଇ ପାରିନଥିଲା । ଫଳରେ ରାତି ତମାମ ପ୍ରବାସୀମାନେ ସେଠାରେ ରହିଥିଲେ । ସୋରଡା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ପ୍ରବାସୀଙ୍କୁ ବିସ୍କୁଟ ଓ ପାଣି ଦେଇଥିଲେ । ଆଜି ସକାଳେ ଜେସିବି ମେସିନ ସାହାଯ୍ୟରେ ଫସି ରହିଥିବା ବସ୍ଟିକୁ ଉଦ୍ଧାର କରାଯାଇଥିଲା । ଏହାପରେ ଦିନ ପ୍ରାୟ ୧୦ଯା ବେଳେ ଉକ୍ତ ବସ୍ରେ ପ୍ରବାସୀମାନେ ନିଜ ଗସ୍ତବ୍ୟ ସ୍ଥଳକୁ ଯାତ୍ରା କରିଥିଲେ ।


Comments are closed, but trackbacks and pingbacks are open.