ଚିହ୍ନଟ ହେଲେ ୧୦୩ ଆକ୍ରାନ୍ତ, ସଂଖ୍ୟା ଛୁଇଁଲା ୧୪୩୮

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟରେ ଆଉ ୧୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮ ରେ ପହଞ୍ଚôଛି । ନୂଆ ୧୦୩ ଆକ୍ରାନ୍ତଙ୍କ ମଧ୍ୟରୁ ଦେବଗଡ଼ ଜିଲ୍ଲାରୁ ସର୍ବାଧିକ ୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୫, ଜଗତସିଂହପୁରରୁ ୧୦, ମାଲକାନଗିରିରୁ ୯ ଚିହ୍ନଟ ହୋଇଛନ୍ତି । ଏହାବ୍ୟତୀତ ଭଦ୍ରକ ଓ ବଲାଙ୍ଗିରରେ ୮ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ କୋରାପୁଟରୁ ୬ ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ବ୍ୟତୀତ କୋରାପୁଟ ଓ ଗଜପତି ଜିଲ୍ଲାରୁ ୬ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଓ ବାଲେଶ୍ୱରରୁ ୫ ଜଣ ଲେଖାଏଁ ଓ ଗଞ୍ଜାମ ଜିଲ୍ଲାରୁ ୪ ଜଣ ଚିହ୍ନଟ ହୋଇଛନ୍ତି । ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର , କନ୍ଧମାଳ, ଢେ଼ଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଭଦ୍ରକ ଜିଲ୍ଲାରେ ଚିହ୍ନଟ ୮ ଆକ୍ରାନ୍ତଙ୍କ ତଥ୍ୟ ଦେଲା ଜିଲ୍ଲା ପ୍ରଶାସନ । ସେମାନଙ୍କ ମଧ୍ୟରୁ ଶ୍ଚିମବଙ୍ଗରୁ ୪ ଓ ଗୁଜରାଟରୁ ୨ ଜଣ ଫେରିଥିଲେ । ଏହା ବ୍ୟତୀତ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରୁ ଜଣେ ଲେଖାଏଁ ଫେରିଥିବା ସୂଚନା ମିଳିଛି । ସମୁଦାୟ ୧୪୩୮ ଆକ୍ରାନ୍ତଙ୍କ ମଧ୍ୟରୁ ୮୮୧ ଜଣ ଚିକିତ୍ସାଧୀନ ଥିବା ବେଳେ ୫୫୦ ଜଣ ସୁସ୍ଥ ହୋଇଛନ୍ତି । ତେବେ କରୋନା ଯୋଗୁ ୭ ଜଣଙ୍କ ମୃତୁ୍ୟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons