ଆଜି କଟକରେ ଅନ୍ଲାଇନ୍ରେ ମିଳିବ ମଦ

Get real time updates directly on you device, subscribe now.

କଟକ,(ବି.ବି.ନୁ୍ୟଜ୍):ଅନ୍ଲାଇନ୍ରେ ମଦ ବିକ୍ରି ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ନେଇ ଲାଗି ରହିଥିବା ଟଣାଓଟଣା ଭିତରେ ଶେଷରେ ହଁ ଭରିଛି କଟକ ଜିଲ୍ଲା ବିଦେଶୀ ମଦ ଦୋକାନୀ ବ୍ୟବସାୟୀ ସଂଘ । ଆଜିଠୁ କଟକରେ ଅନ୍ଲାଇନ୍ରେ ମଦ ବିକ୍ରି ପାଇଁ ସଂଘ ଶେଷରେ ରାଜି ହୋଇଛି । କିନ୍ତୁ ଜୋମାଟୋ କିମ୍ବା ସ୍ୱାଗି ନୁହେଁ, ବରଂ ଦୋକାନୀଙ୍କ ଦ୍ୱାରା ନିଯୁକ୍ତ ବ୍ୟକ୍ତି ହିଁ ଗ୍ରାହକଙ୍କୁ ମଦ ଡେଲିଭରି ଦେବେ ବୋଲି ସଂଘ ନିଷ୍ପତ୍ତି ନେଇଛି । ଆଜି ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଗ୍ରାହକ ଅର୍ଡର କରିବା ପରେ ଦିନ ଗୋଟାଏରୁ ସନ୍ଧ୍ୟା ୬ଟା ଭିତରେ ମଦ ଡେଲଭରି କରାଯିବ ବୋଲି କହିଛି ସଂଘ । ଗତକାଲି କଟକ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ କଟକ ଜିଲ୍ଲା ବିଦେଶୀ ମଦ ଦୋକାନୀ ବ୍ୟବସାୟୀ ସଂଘ ଏହି ନିଷ୍ପତ୍ତି ନେଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons