ବାନ୍ଧବୀଙ୍କ ଫ୍ଲାଟ୍ରୁ ଖସିପଡ଼ି ଆହତ ହୋଇଥିବା ବିଜେପି ନେତା ଦଳରୁ ନିଲମ୍ବିତ

Get real time updates directly on you device, subscribe now.

ଚଣ୍ଡିଗଡ: ହରିଆଣା ବିଜେପି ପକ୍ଷରୁ ପ୍ରଦେଶ କମିଟିର ବିଶେଷ ଆମନ୍ତ୍ରିତ ସଦସ୍ୟ ଏବଂ ସୁଗାରଫେଡ୍ର ପୂର୍ବତନ ଅଧ୍ୟକ୍ଷ ଚନ୍ଦ୍ରପ୍ରକାଶ କଥୁରିଆଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ୬ ବର୍ଷ ପାଇଁ ନିଲମ୍ୱନ କରାଯାଇଛି । ପ୍ରଦେଶ ବିଜେପି ଅଧ୍ୟକ୍ଷ ସୁଭାଷ ବରାଲା ରବିବାର ଏକ ଚିଠି ଜାରି କରି କଥୁରିଆଙ୍କୁ ଦଳରୁ ନିଲମ୍ୱନ କରିବା ଲାଗି ନିଦେ୍ର୍ଧଶ ଦେଇଥିଲେ । ଏହାପରେ ବିଜେପିର ପ୍ରଦେଶ କାର୍ଯ୍ୟାଳୟର ସଚିବ ଗୁଲସନ୍ ଭାଟିଆ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । କଥୁରିଆ କରନାଲ ଜିଲ୍ଲାର ବିଜେପିର ପ୍ରମୁଖ ନେତାମାନଙ୍କ ମଧ୍ୟରେ ଅନ୍ୟତମ । ଏହା ପୂର୍ବରୁ ସେ କୌଣସି ବିବାଦର ପରିସରକୁ ଆସିନଥିଲେ ।ମିଳିଥିବା ସୂଚନା ମୁତାବକ ଶୁକ୍ରବାର ଚଣ୍ଡିଗଡ଼ର ସେକ୍ଟର ୬୩ରେ ଥିବା ନିଜର ଜଣେ ବାନ୍ଧବୀଙ୍କ ଫ୍ଲାଟ୍କୁ ସେ ଯାଇଥିଲେ । ସେ ସମୟରେ କେହି ଜଣେ ଆସିଯିବାରୁ ସେ ବାଲକୋନିରୁ ତଳକୁ ଓହ୍ଲାଇବା ଲାଗି ପ୍ରୟାସ କରୁଥିବା ସମୟରେ ଖସି ପଡ଼ିଥିଲେ । ଏହାଯୋଗୁ ସେ ଗୁରୁତର ଆହତ ହୋଇଥିବା ବେଳେ ମୋହାଲିର ଫୋର୍ଟିସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣା ପରେ ତାଙ୍କର ଏହି ପଦକ୍ଷେପକୁ ବିଭିନ୍ନ ମହଲରୁ ସମାଲୋଚନା କରାଯିବାରୁ ଦଳ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons