୪ ରାଜ୍ୟରେ ଦେଶର ୬୭% ପଜିଟିଭ୍

Get real time updates directly on you device, subscribe now.

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ (କୋଭିଡ-୧୯) ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ତୃତୀୟ ଦିନ ପାଇଁ ରବିବାର ୬ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ଶୁକ୍ରବାର ୬ ହଜାର ୮୮ ଜଣ ନୂଆ କରୋନା ଆକ୍ରାନ୍ତ ସାମ୍ନାକୁ ଆସିଥିଲା ବେଳେ ଶନିବାର ୬ ହଜାର ୬୫୪ ଏବଂ ରବିବାର ୬ ହଜାର ୭୬୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୧ ହଜାର ୮୬୮ରେ ପହଞ୍ଚôଛି ।
ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ୧୪୭ ଜଣଙ୍କ ମୃତୁ୍ୟ ଘଟିବା ପରେ ଦେଶରେ ମୋଟ ମୃତୁ୍ୟ ସଂଖ୍ୟା ୩୮୬୭କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ୭୦ ପ୍ରତିଶତ ବ୍ୟକ୍ତି ଅନ୍ୟାନ୍ୟ ରୋଗରେ ପୀଡିତ ଥିବା ଜଣାପଡିଛି । ଦେଶରେ ଏବେ ୭୩ ହଜାର ୫୬୦ ଜଣ ସଂକ୍ରମିତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଥିଲା ବେଳେ ୫୪ ହଜାର ୪୪୧ ଜଣ ଚିକିତ୍ସା ପରେ ଆରୋଗ୍ୟ ଲାଭ କରିଛନ୍ତି । ଦେଶରେ ଆରୋଗ୍ୟ ହାର ୪୧.୨୮ ପ୍ରତିଶତକୁ ବୃଦ୍ଧି ପାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି । ଦେଶର ୩୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ତାର କାୟା ମେଲାଇ ସାରିଛି । ସର୍ବାଧିକ ୪ଟି କରୋନା ସଂକ୍ରମିତ ରାଜ୍ୟରେ ଦେଶର ୬୭ ପ୍ରତିଶତ ରୋଗୀ ରହିଛନ୍ତି । ଏହି ରାଜ୍ୟ ମଧ୍ୟରେ ଅଛନ୍ତି ମହାରାଷ୍ଟ୍ର, ତାମିଲନାଡୁ, ଗୁଜରାଟ ଓ ରାଜଧାନୀ ଦିଲ୍ଲୀ । ଏସବୁ ରାଜ୍ୟରେ ଲଗାତାର ଭାବେ ପ୍ରତିଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାର କାରଣ ହୋଇଛି ।
ମହାରାଷ୍ଟ୍ରରେ ରବିବାର ୩୦୪୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ୫୮ ଜଣଙ୍କ ମୃତୁ୍ୟ ଘଟିଛି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ୨୩୧ରେ ପହଞ୍ଚôଥିଲା ବେଳେ ମୃତୁ୍ୟସଂଖ୍ୟା ୧୬୩୫ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । କିନ୍ତୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ ୪୭ ହଜାର ୧୯୦ କରୋନା ସଂକ୍ରମିତ ରହିଥିଲା ବେଳେ ଏପର୍ଯ୍ୟନ୍ତ ୧୫୭୭ ଜଣଙ୍କ ମୃତୁ୍ୟ ହୋଇଛି । ଅନ୍ୟପକ୍ଷରେ ଚିକିତ୍ସା ପରେ ୧୩ ହଜାର ୪୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦେଶର କରୋନା ସଂକ୍ରମିତ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ତାମିଲନାଡୁ । ଏଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୫ ହଜାର ୫୧୨ ହୋଇଥିଲା ବେଳେ ୧୦୩ ଜଣଙ୍କର ମୃତୁ୍ୟ ହୋଇଛି । ୭ ହଜାର ୪୯୧ ଜଣ ଆରୋଗ୍ୟ ଲାଭ କରିଛନ୍ତି । ତୃତୀୟ ସ୍ଥାନରେ ଥିବା ଗୁଜରାଟରେ ଏପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା ୧୩ ହଜାର ୬୬୪କୁ ବୃଦ୍ଧି ପାଇଛି । କିନ୍ତୁ ମୃତୁ୍ୟସଂଖ୍ୟାରେ ଏହା ମହାରାଷ୍ଟ୍ର ପରେ ଦ୍ୱିତୀୟ ସ୍ଥାନରେ ରହିଛି । ରାଜ୍ୟରେ ୮୨୯ ଜଣ ପ୍ରାଣ ହରାଇଥିଲା ବେଳେ ୬ ହଜାର ୧୬୯ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୧୨ ହଜାର ୯୧୦କୁ ବୃଦ୍ଧି ପାଇଛି । ସେଠାରେ ୨୩୧ ଜଣଙ୍କ ମୃତୁ୍ୟ ହେଇଥିଲା ବେଳେ ଚିକିତ୍ସା ପରେ ୬ ହଜାର ୨୬୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ସେପଟେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ଅତିକ୍ରମ କରିସାରିଛି । ରାଜସ୍ଥାନରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ୭୪୨ରେ ପହଞ୍ଚôଛି । ୧୬୦ ଜଣଙ୍କ ମୃତୁ୍ୟ ଘଟିଥିଲା ବେଳେ ୩ ହଜାର ୭୮୬ ଜଣ ଆରୋଗ୍ୟ ହୋଇଛନ୍ତି । ମଧ୍ୟପ୍ରଦେଶରେ ୬ ହଜାର ୩୭୧ ଜଣ ସଂକ୍ରମିତ ହୋଇଛନ୍ତି ଓ ୨୮୧ ଜଣ ପ୍ରାଣ ହରାଇଛନ୍ତି । ୩ ହଜାର ୨୬୭ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ଉତ୍ତରପ୍ରଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ୧୭ରେ ପହଞ୍ଚôଛି । ୧୫୫ ଜଣ କରୋନା ଆକ୍ରାନ୍ତଙ୍କର ମୃତୁ୍ୟ ଘଟିଛି ଏବଂ ୩ ହଜାର ୪୦୬ ଜଣ ଆରୋଗ୍ୟ ହୋଇଛନ୍ତି । ପଶ୍ଚିମବଙ୍ଗରେ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଅତିକ୍ରମ କରିଛି । ରାଜ୍ୟରେ ଏପର୍ଯ୍ୟନ୍ତ ୩ ହଜାର ୪୫୯ ଜଣ ସଂକ୍ରମିତ ହୋଇଛନ୍ତି । ୨୬୯ ଜଣଙ୍କ ମୃତୁ୍ୟ ହୋଇଥିଲା ବେଳେ ୧୨୮୧ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଓଡ଼ିଶା, ପଞ୍ଜାବ, ଜମ୍ମୁ-କାଶ୍ମୀର, କର୍ଣ୍ଣାଟକ, ହରିଆଣା ଓ ବିହାର ଭଳି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ଅତିକ୍ରମ କରିଛି କିନ୍ତୁ ୩ ହଜାର ଭିତରେ ରହିଛି । ଅନ୍ୟପକ୍ଷରେ ଅରୁଣାଚଳ ପ୍ରଦେଶ, ମିଜୋରାମ ଓ ସିକିମରେ ଗୋଟିଏ ଲେଖାଏ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଅରୁଣାଚଳ ଓ ମିଜୋରାମରେ ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇସାରିଛନ୍ତି । ତେବେ ନାଗାଲାଣ୍ଡ ଓ ଲକ୍ଷାଦ୍ୱୀପକୁ କରୋନା ଏପର୍ଯ୍ୟନ୍ତ ସ୍ପର୍ଶ କରିପାରି ନଥିବା ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons