କାଲିଠାରୁ ମ୍ୟାଟ୍ରିକ ଖାତା ଦେଖା ଆରମ୍ଭ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ଆସନ୍ତାକାଲିଠାରୁ ମ୍ୟାଟ୍ରିକ ଖାତା ଦେଖା ଆରମ୍ଭ ହେବ । ସକାଳ ୧୦ରୁ ଦିନ ୩ଟା ମଧ୍ୟରେ ଖାତା ମୂଲ୍ୟାୟନ ହେବ । ସାମାଜିକ ଦୂରତ୍ୱ ବଜାୟ ପାଇଁ କମ୍ ପରୀକ୍ଷକ ଖାତା ଦେଖିବେ । ଏହି ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାଶିଷ ହାଜରା । ସେ କହିଛନ୍ତି ଯେ, ଖାତା ଦେଖା କେନ୍ଦ୍ରରେ ସାମାଜିକ ଦୂରତା ସହ ସାନିଟାଇଜର ବ୍ୟବସ୍ଥା ଉପରେ ଜୋର ଦିଆଯାଇଛି । ପୂର୍ବରୁ ମାର୍ଚ୍ଚ ୧୯ ତାରିଖରେ ଗୋଟିଏ ଦିନ ପାଇଁ ଖାତା ଦେଖା ହୋଇଥିଲା । କିନ୍ତୁ କରୋନା ପାଇଁ ଲକ୍ଡାଉନ୍ ହେବାରୁ ଖାତା ଦେଖା ସ୍ଥଗିତ ରହିଥିଲା । ଏହାପରେ ମେ ୨୦ ରେ ଖାତା ଦେଖା ହେବ ବୋଲି ସ୍ଥିର ହୋଇଥିଲା । ହେଲେ ଅମ୍ଫାନ୍ ବାତ୍ୟା ପାଇଁ ଏହା ମେ ୨୧ କୁ ପରିବର୍ତ୍ତନ କରାଯାଇଥିଲା । କିଛି ଅଞ୍ଚଳରେ ବାତ୍ୟା ପ୍ରଭାବ ଯୋଗୁଁ ଖାତା ଦେଖାକୁ ଅନିର୍ଦ୍ଧିଷ୍ଟ କାଳ ସ୍ଥଗିତ ରଖାଯାଇଥିଲା । ଶେଷରେ ୨୬ ତାରିଖରୁ ଖାତା ଦେଖା ପାଇଁ ସ୍ଥିର ହୋଇଥିଲା । ୪୫ ଦିନ ଭିତରେ ଫଳାଫଳ ବାହାରିବ ବୋଲି କୁହାଯାଇଛି । ହାଇକୋର୍ଟଙ୍କ ନିଦେ୍ର୍ଧଶ ଅନୁସାରେ ଖାତାଦେଖା ହେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons