ରାଉରକେଲା,(ବି.ବି.ନୁ୍ୟଜ୍): ଭିଟାମାଟିକୁ ଯିବା ଆଶାରେ ସୁଦୂର ମହାରାଷ୍ଟ୍ରରୁ ଟ୍ରେନ୍ରେ ଆସିଥିଲେ । ହେଲେ ଝାରସୁଗୁଡ଼ା ତଥା ରାଉରକେଲା ଷ୍ଟେସନରେ ସେମାନଙ୍କୁ ଓହ୍ଲାଇବାକୁ ଦିଆଗଲାନି । ଶେଷର ଚେନ୍ ଯାଣି ନୂଆଗାଁ ଷ୍ଟେସନରେ ଓହ୍ଲାଇ ପଡିଲେ ପ୍ରବାସୀ ଓଡ଼ିଆ ଶ୍ରମିକ । ସେଠାରେ ପ୍ରାୟ ୨ ଶହ ଶ୍ରମିକ ଓହ୍ଲାଇ ପଡ଼ିଥିବା ରାଉରକେଲାସ୍ଥିତ ବନ୍ଧମୁଣ୍ଡା ଏଆରଏମ୍ ସୂଚନା ଦେଇଛନ୍ତି । ସୂଚନାଅନୁସାରେ, ମହାରାଷ୍ଟ୍ରର କୋହ୍ଲାପୁରରୁ ବୋକାରୋ ଯାଉଥିବା ଏକ ଶ୍ରମିକ ସ୍ପେଶାଲ ଟ୍ରେନ୍ରେ ବୌଦ୍ଧ ଓ ସୋନପୁର ଜିଲ୍ଲାର ୪୦୦ ଓଡ଼ିଆ ଶ୍ରମିକ ଆସୁଥିଲେ । ସେମାନେ ଝାରସୁଗୁଡ଼ା ଷ୍ଟେସନରେ ଓହ୍ଲାଇବାର ଥିଲା । ହେଲେ ଝାରସୁଗୁଡ଼ା ଷ୍ଟେସନରେ କୌଣସି ବ୍ୟବସ୍ଥା ନଥିବା ରେଳଷ୍ଟେସନ କର୍ତ୍ତୃପକ୍ଷ କହିଥିଲେ । ତେଣୁ ରାଉରକେଲାରେ ସମସ୍ତ ବ୍ୟବସ୍ଥା ଥିବାରୁ ସେଠାରେ ଓହ୍ଲାଇବାକୁ କୁହାଯାଇଥିଲା । ଖବର ପାଇଁ ରାଉରକେଲା ଷ୍ଟେସନରେ ରାଉରକେଲା ମହାନଗର ନିଗମ କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ , ପୋଲିସ , ରେଳବାଇ ପୋଲିସ ସମସ୍ତେ ଉପସ୍ଥିତ ଥିଲେ । ଶ୍ରମିକମାନଙ୍କ ଟ୍ରେନ୍ ରାଉରକେଲା ଷ୍ଟେସନରେ ପହଞ୍ଚିଲା ପରେ ସେମାନଙ୍କୁ ଖାଦ୍ୟ ପାନୀୟ ଦିଆଯାଇଥିଲା । ହେଲେ ଶ୍ରମିକମାନେ ପେରୁଥିବା ନେଇ ପୂର୍ବରୁ ସୂଚନା ନମିଳିବାରୁ ସେମାନଙ୍କୁ ରାଉରକେଲାରେ ବି ଓହ୍ଲାଇବାକୁ ଦିଆଯାଇ ନଥିଲା । ଫଳରେ ଟ୍ରେନଟି ବୋକାରୋ ପଳାଉଥିବା ବେଳେ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ନୂଆଗାଁରେ ଚେନ୍ ପୁଲିଂ କରି ପ୍ରାୟ ୨ଶହ ଶ୍ରମିକ ଓହ୍ଲାଇ ପଡିଛନ୍ତି । ସେମାନେ ଏବେ ନୂଆଗାଁ ଷ୍ଟେସନରେ ଅଛନ୍ତି ।ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ କ୍ୱାରେଣ୍ଟାଇନ୍ରେ ରହିବାକୁ ବ୍ୟବସ୍ଥା କରାଯାଉଛି ।
Comments are closed, but trackbacks and pingbacks are open.