ସୋର,(ବି.ବି.ନୁ୍ୟଜ୍): ବିଳମ୍ବିତ ରାତିରେ ପୋଖରୀରୁ ମାଛ ଚୋରି କରୁଥିବା ବେଳେ ଧରାପଡିଲେ । ଏହାପରେ ଲୋକେ ସେମାନଙ୍କୁ ରାତି ସାରା ଗଛରେ ବାନଧି ଦେଇଥିଲେ । ଶେଷରେ ଫାଇନ୍ ଆଦାୟ କରି ଛାଡ଼ିଥିଲେ । ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଖୁଣ୍ଟା ଗାଁରେ । ସୂଚନା ଅନୁଯାୟୀ , ଗତକାଲି ବିଳମ୍ବିତ ରାତେିର ବୈଦ୍ୟନାଥ ଜେନାଙ୍କ ମାଛ ପୋଖରୀରେ ତିନି ଜଣ ଯୁବକ ପଶି ମାଛ ଧରୁଥିଲେ । ଏହି ସମୟରେ ଗ୍ରାମବାସୀ ଯୁବକମାନଙ୍କୁ କାବୁ କରି ନେଇ ଥିଲେ । ପରେ ସେମାନଙ୍କୁ ରାତି ସାରା ଗଛରେ ବାନ୍ଧି ରଖିଥିଲେ । ଆଜି ସକାଳେ ଗାଁରେ ଭଦ୍ରଲୋକମାନେ ବସି ଘଟଣାର ସମାଧାନ କରିଥିଲେ । ଉକ୍ତ ଯୁବକ ମାନଙ୍କଠାରୁ କିଛି ଫାଇନ୍ ଆଦାୟ କରି ସେମାନଙ୍କୁ ଛାଡ଼ି ଦିଆଯାଇଥିଲା । ଏହି ତିନି ଯୁବକଙ୍କ ଘର ବେଙ୍ଗେଇ ଗାଁରେ ବୋଲି ଜଣାପଡିଛି ।
Comments are closed, but trackbacks and pingbacks are open.