ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ୧ବର୍ଷ ପୂର୍ତ୍ତିପାଳନ କରିବ ରାଜ୍ୟ ବିଜେପି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରର ଦ୍ୱିତୀୟ ପାଳିର ୧ବର୍ଷ ପୂର୍ତ୍ତିପାଳନ କରିବ ରାଜ୍ୟ ବିଜେପି । ମୋଦିଙ୍କ ଏ ଅବଦାନକୁ ଡିଜିଟାଲ ପ୍ଲାଟଫର୍ମରେ ଲୋକଙ୍କ ପାଖରେ ପହଞ୍ଚାଯିବ । ଭଞ୍ଚୁଆଲ ରାଲି ମାଧ୍ୟମରେ ଦେଶର ୧୦କୋଟି ଲୋକଙ୍କୁ ଏହି ପ୍ରଚାର କାର୍ଯ୍ୟକ୍ରମରେ ଯୋଡ଼ାଯିବ । ସେହିପରି ଭଞ୍ଚୁଆଲ ରାଲି, ମିଟିଙ୍ଗ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଥିବା ଅବଦାନ ସମ୍ପର୍କରେ ରାଜ୍ୟବାସୀଙ୍କୁ ଅବଗତ କରାଯିବ ବୋଲି ବିଜେପି ନେତା ପୃଥ୍ୱôରାଜ ହରିଚନ୍ଦନ କହିଛନ୍ତି । ବର୍ଷକ ଭିତରେ ଓଡ଼ିଶା ପ୍ରତି ମୋଦିଙ୍କର ବହୁତ ଅବଦାନ ରହିଛି । ଓଡ଼ିଶାର ବିଭିନ୍ନ ବିପର୍ଯ୍ୟୟ ତଥା ସୁବିଧା ସମୟରେ କେନ୍ଦ୍ର ସରକାର ତଥା ପ୍ରଧାନମନ୍ତ୍ରୀ ମୋଦି ପାଖେ ପାଖେ ଠିଆ ହୋଇଛନ୍ତି । ବାତ୍ୟା ଓ କରୋନା ସମୟରେ ପ୍ରଧାନମନ୍ତ୍ରୀ ତୁରନ୍ତ ସହଯୋଗର ହାତ ବଢ଼ାଇଛନ୍ତି ବୋଲି ବିଜେପି ନେତା ପୃଥ୍ୱôରାଜ ହରିଚନ୍ଦନ କହିଛନ୍ତି । ସାଧାରଣ ଲୋକଙ୍କ ପାଖରେ ସହାୟତା ରାଶି ଓ ସାମଗ୍ରୀ ପହଞ୍ଚାଇବା ସହ ରାଜ୍ୟ ସରକାରଙ୍କୁ ପୂରା ସହଯୋଗରହାତ ବଢ଼ାଇଛନ୍ତି କେନ୍ଦ୍ର ସରକାର । ବାତ୍ୟା ଦିନକ ପରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ବାତ୍ୟା ସ୍ଥିତିର ସମୀକ୍ଷା କରିଥିଲେ । ସେହିପରି ଯିବାର ୨୪ ଘଣ୍ଟା ନ ପୁରୁଣୁ ୫୦୦ କୋଟିର ସହାୟତା ମଧ୍ୟ ପ୍ରଦାନ କରିଛନ୍ତି । ଏହାବ୍ୟତୀତ ସେ ଗଣମାଧ୍ୟମକୁ କହିଛନ୍ତି , କେନ୍ଦ୍ର ସରକାର ପ୍ରାଣୟନ କରିଥିବା ବହୁ ଗରିବ କଲ୍ୟାଣ ଯୋଜନାର ଲାଭ ଶ୍ରମିକଙ୍କ ନିକଟରେ ପହଞ୍ଚିଛି । ୨୦ ଲକ୍ଷ କୋଟିର ଯୋଜନା ମଧ୍ୟ ପ୍ରବାସୀ ଶ୍ରମିକଙ୍କ ନିକଟରେ ହିଁ ପହଞ୍ଚିବ । ଏହାବ୍ୟତୀତ କରୋନା ମୁକାବିଲା କ୍ଷେତ୍ରରେ କେନ୍ଦ୍ର ସରକାର ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । କ୍ୱାରେଣ୍ଟାଇନ୍ ସେଣ୍ଟରଗୁଡିକ କେନ୍ଦ୍ର ଅର୍ଥରେ ଚାଲିଥିବା ବେଳେ ରାଜ୍ୟ ସରକାର କେବଳ ପରିଚାଳନା କରୁଛନ୍ତି । କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଯେଉଁ ଗୁରୁତ୍ୱ ଦେଇଛନ୍ତି, ସହାୟତାର ହାତ ବଢ଼ାଇଛନ୍ତି ତାହା ଲୋକଙ୍କ ନିକଟରେ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ପହଞ୍ଚାଇବା ନିମନ୍ତେ ଯୋଜନା ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥିନିମନ୍ତେ ଭଞ୍ଚୁଆଲ ରାଲି ଓ ମିଟିଂକୁ ଗୁରୁତ୍ୱ ଦିଆଯାଇଛି । କରୋନା ସଂକ୍ରମଣ ରୋକିବାକୁ ପ୍ରଣୟନ ହୋଇଥିବା ଗାଇଡଲାଇନ୍ ଅନୁଯାୟୀ ସବୁପଦକ୍ଷେପ ନିଆଯିବ । କୌଣସି ସ୍ଥାନରେ ଗହଳି କରାଯିବ ନାହିଁ ବୋଲି କହିଛନ୍ତି ବିଜେପି ନେତା ପୃଥୀରାଜ ଚୌହାନ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons