କ୍ୱାରେଣ୍ଟାଇନ୍ ସେଣ୍ଟରରେ ପଡ଼ିଲା ବରଣମାଳା

Get real time updates directly on you device, subscribe now.

କୋଣାର୍କ, (ବି.ବି.ବୁ୍ୟରୋ): ଲକ୍ଡାଉନ୍ ପୂର୍ବରୁ ହୋଇଥିଲା ପ୍ରେମ । ହେଲେ ସେହି ପ୍ରେମକୁ ପରିବାର ଲୋକେ ଦେଲେନି ସ୍ୱୀକୃତି । ଯେଉଁଥିପାଇଁ ପ୍ରେମୀ ଯୁଗଳ ଘର ଛାଡ଼ି ଚାଲି ଯାଇଥିଲେ ଗୁଜରାଟ । ଲକ୍ଡାଉନ୍ ଯୋଗୁ ସେମାନେ ସେଠି ଫସି ଯାଇଥିଲେ । ସ୍ପଶାଲ ଶ୍ରମିକ ଟ୍ରେନ୍ରେ ସେମାନେ ଘରକୁ ଫେରି କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । କ୍ୱାରେଣ୍ଟାଇନ୍ ଅବଧି ସରିବା ପରେ ସେଠାରେ ଉଭୟଙ୍କର ହୋଇଛି ବାହାଘର । ଗତ ଦୁଇ ଦିନ ତଳେ ଏପରି ବାହାଘର ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳରେ ଘଟିଛି । ନିମାପଡ଼ା ଗାଁର ସୌରଭ ଦାସ ଡେଲାଙ୍ଗ ଘୋରଡିଆ ଗ୍ରାମର ପିଙ୍କିରାଣୀ ଦାସଙ୍କୁ ଭଲ ପାଉଥିଲେ । ମାତ୍ର ସେମାନଙ୍କ ପ୍ରେମ ସମ୍ପର୍କକୁ ଉଭୟ ପରିବାର ସ୍ୱୀକୃତି ଦେଇନଥିଲେ । ବିରୋଧ କରିବାରୁ ସୌରଭ ଓ ପିଙ୍କି ଟ୍ରେନ୍ରେ ଗୁଜରାଟର ଅହମ୍ମଦାବାଦ ପଳାି ଯାଇଥିଲେ । ସେଠାରେ ସୌରଭ ଏକ କମ୍ପାନୀରେ କାମ କରୁଥିଲେ । ସେ ଯାହା ରୋଜଗାର କରୁଥିଲେ , ସେଥିରେ ଚଳୁଥିଲେ । ତେବେ ମହାମାରୀ କରୋନା ପାଇଁ ଦିଆଯାଇଥିବା ଲକ୍ଡାଉନ୍ ଯୋଗୁଁ ଅହମ୍ମଦାବାଦରେ ବନ୍ଦ ହୋଇଗଲା ସବୁ କମ୍ପାନୀ । ତେଣୁ ଚାକିରି ହରାଇଲେ ସୌରଭ । ପାଖରେ ଯାହା ସଞ୍ଚିତ ଅର୍ଥ ଥିଲା, ସେଥିରେ ଦୁଃଖକଷ୍ଟରେ ଚଳିଲେ । ,ହାରି ଭିତରେ ଶମ୍ରିକ ସ୍ପେଶାଲ ଟ୍ରେନ୍ ଚାଲିଲା । ସେହି ଟ୍ରେନ୍ରେ ଉଭୟ ଘରକୁ ପେରିଲେ । ସେମାନଙ୍କୁ ସଗଡ଼ା ଅଙ୍ଗନବାଡି କେନ୍ଦ୍ରରେ କରାଯାଇଥିବା କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରଖାଯାଇଥିଲା । ୧୪ ଦିନ ପରେ ସେମାନଙ୍କ ରକ୍ତ ଓ ସ୍ୱାବ ଟେଷ୍ଟ ପାଇଁ ପଠାଯାଇଥିଲା । ରିପୋର୍ଟ ନେଗେଟଭ୍ ଆସିବା ପରେ ସେମାନଙ୍କୁ ଘରକୁ ଛାଡ଼ିବା ପାଇଁ ଅନୁମତି ଦିଆଯାଇଥିଲା । ଗତ ମଙ୍ଗଳବାର କ୍ୱାରେଣ୍ଟାଇନ୍ କେନ୍ଦ୍ର ଛାଡ଼ିବା ପୂର୍ବରୁ ସୌରଭ ଓ ପିଙ୍କିଙ୍କର ବାହାଘର କରିବାକୁ ନିଷ୍ପତ୍ତି ହୋଇଥିଲା । କ୍ୱାରେଣ୍ଟାଇନ୍ କେନ୍ଦ୍ର ଦାୟିତ୍ୱରେ ଥିବା ଅଧିକାରୀ, ସରପଞ୍ଚ ,ଆଶା, ଅଙ୍ଗନବାଡ଼ି କର୍ମୀ ଓ ପୁଅ ଘର ଲୋକଙ୍କ ଉପସ୍ଥିତିରେ ହୋଇଥିଲା ବାହାଘର । ସୌରଭ ବର ବେଶରେ ଓ ପିଙ୍କି କନିଆ ବେଶରେ ସଜେଇ ହୋଇଥିଲେ । ଆୁ ତା’ପରେ ମାଳ ଅଦଳ ବଦଳ କରିଥିଲେ ଉଭୟ । ପିଙ୍କିଙ୍କ କପାଳରେ ସିନ୍ଦୁର ଦେଇଥିଲେ ସୌରଭ । ଲକ୍ଡାଇନ୍ ଯୋଗୁଁ ବାହାଘରରେ ଝିଅ ପକ୍ଷରୁକେହି ଆସିନଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons