ବିଭ୍ରାନ୍ତ ସୃଷ୍ଟି କରୁଛି କଂଗ୍ରେସ: ପୃଥ୍ୱୀବରାଜ

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବୁ୍ୟରୋ): ଆସନ୍ତାକାଲି ସ୍ପିକ୍ ଅପ୍ ଇଣ୍ଡିଆ କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କ ଅପାରଗତା ବିରୋଧରେ ଅନଲାଇନ୍ କ୍ୟାପେନ୍ ଚଳାଇବାକୁ ଯାଉଥିବା କଂଗ୍ରେସକୁ କଡ଼ା ଭାଷାରେ ବିଜେପି ସମାଲୋଚନା କରିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରି ଆସନ୍ତାକାଲି ସପିକ୍ ଅଫ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରୁ ପ୍ରାୟ ୧୦ ହଜାର ଲୋକ ସାମିଲ ହେବେ ଓ କେନ୍ଦ୍ର ସରକାରଙ୍କ ଅପାରଗତାକୁ ପଦାରେ ପକାଇବେ ବୋଲି କହିବା ପରେ ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ୱୀବରାଜ ହରିଚନ୍ଦନ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଯେଉଁସବୁ ପ୍ରସଙ୍ଗ ଉଠାଇଥିଲେ ତା’ପରେ ପ୍ରତିକ୍ରିୟା ବ୍ୟକ୍ତ କରି ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଅଯଥାରେ କଂଗ୍ରେସ ବିଭ୍ରାନ୍ତ ସୃଷ୍ଟି କରୁଛି । ଶ୍ରମିକ , ଚାଷୀ, ଗରିବଙ୍କ ପାଇଁ କେନ୍ଦ୍ର ସବୁ ସାହାର୍ଯ୍ୟ କରୁଛି । ଆର୍ଥିକ ବ୍ୟବସ୍ଥା ଉପରେ ମଧ୍ୟ କେନ୍ଦ୍ର ସରକାର ବିଚାର କରୁଛନ୍ତି । ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ଦଳ ଦେଶରେ ଅରାଜକତା ସୃଷ୍ଟି କରାଉଛି । ଚାଷୀ ନାଁ କହି ସରକାର ଗଢ଼ିଲେ , କିନ୍ତୁ ଚାଷୀଙ୍କ ଋଣ ଛାଡ଼ କଲେନି । କଂଗ୍ରେସ ଏବେ କିଛି ନବୁଝି ଏପରି ଅଭିଯୋଗ ଆଣୁଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons