୨୯ରୁ ଶ୍ରୀକ୍ଷେତ୍ର ଓ ଲିଙ୍ଗରାଜ ଐତିହ୍ୟ କାମ

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବୁ୍ୟରୋ): କରୋନା ବିରୋଧରେ ରାଜ୍ୟର ଲଢେ଼ଇ ଜାରି ରହିବ । ମହାମାରୀକୁ ବ୍ରେକ୍ ଲଗାଇବାକୁ ସରକାର ଆକାଶ ପାତାଳ ଏକ କରିବେ । ମାତ୍ର ଏ ଯୁଦ୍ଧ ସହ ରାଜ୍ୟର ବିକାଶମୂଳକ କାମ ମଧ୍ୟ ଆଗକୁ ବଢ଼ିବ । ରାଜ୍ୟ ସରକାରଙ୍କ ସ୍ୱପ୍ନର ଦୁଇ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାମ ପୁଣି ଆରମ୍ଭ ହେବ । ଶ୍ରୀକ୍ଷେତ୍ର ପୁରୀ ସହ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଐତିହ୍ୟ ପ୍ରକଳ୍ପ କାମ ଆସନ୍ତା ୨୯ ତାରିଖ (ଶୁକ୍ରବାର)ଠାରୁ ଆରମ୍ଭ ହେବ । କରୋନା କଟକଣାରୁ ଏ ଦୁଇ ପ୍ରକଳ୍ପ କାମ ଦୁଇ ମାସ ହେବ ଆଗକୁ ଆଗେଇନି । ଏଥିରେ ଆଉ ବିଳମ୍ବ ନକରି ଜମି ଅଧିଗ୍ରହଣ ଓ ଆନୁଷଙ୍ଗିକ କାମ ତ୍ୱରିତ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜଗନ୍ନାଥଧାମ ଶ୍ରୀକ୍ଷେତ୍ର ଓ ଏକାମ୍ରକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟ ଭାବେ ଗଢ଼ି ତୋଳିବାକୁ ରାଜ୍ୟ ସରକାର ମିଶନମୋଡ଼ରେ ଆରମ୍ଭ କରିଥିଲେ କାମ । ଏ ଦୁଇଐତିହ୍ୟ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାମ ଆଗକୁ ଆଗେଇଥିଲା ବେଳେ କରୋନା ଆଣିଲା ପ୍ରତିବନ୍ଧକ । କାମ ଯେଉଁଠି ଥିଲା, ସେଇଠି ଅଟକିଲା । ମାତ୍ର କରୋନା ପାଇଁ କୌଣସି ପରିସ୍ଥିତିରେ ବିକାଶମୂଳକ କାମ ସହ ସାଲିସ୍ କରାଯିବନି । ଆଜି ଶ୍ରୀକ୍ଷେତ୍ର ଓ ଲିଙ୍ଗରାଜ ପ୍ରକଳ୍ପର ସମୀକ୍ଷା ବେଳେ ଏମିତି ସ୍ପଷ୍ଟ ବାତର୍୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୨୯ ତାରିଖ(ଶୁକ୍ରବାର)ରୁ କାମ ଆରମ୍ଭ କରିବାକୁ ସେ ନିଦେ୍ର୍ଧଶ ଦେଇଛନ୍ତି । କରୋନା ସଂକ୍ରମଣକୁ ରୋକିବାକୁ ସାମାଜିକ ଦୂରତା ସହ ଅନ୍ୟ ମାର୍ଗଦର୍ଶିକାକୁ କଡାକଡ଼ି ପାଳନ କରବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମିଶନ ଶ୍ରୀକ୍ଷେତ୍ରରେ ପୁରୀ ଚେହେରା ବଦଳାଇ ଐତିହ୍ୟନଗରୀରେ ପରିଣତ କରିବାକୁ ଗତବର୍ଷ ଜନ୍ମାଷ୍ଟମୀରେ ଅଣ୍ଟା ଭିଡିଥିଲେ ମୁଖ୍ୟମନ୍ତ୍ରୀ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଚତୁଃପାଶ୍ୱର୍ ସୌନ୍ଦର୍ଯ୍ୟକରଣ ସହ ପୁରୀ ସହରରେ ଆସନ୍ତା ୩ ବର୍ଷରେ ୩୨୦୮ କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ କରିବାକୁ ସରକାର ନୀତିଗତ ନିଷ୍ପତ୍ତି ନେଇଥିଲେ । ମାତ୍ର ଲକ୍ଡାଉନ୍ କଟକଣାରୁ କାମ ଏବେ ବନ୍ଦ ଅଛି । ଶ୍ରୀ ସେତୁ, ଶ୍ରୀଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମହୋଦଧି ମାର୍କେଟ କପ୍ଲେକ୍ସ ଏବଂ ମୂଷା ନଦୀର ସଂପ୍ରସାରଣ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବାକି ରହିଛି । ଏ କାମ ପ୍ରାୟ ୨/୩ ମାସ ମଧ୍ୟରେ ସଂପୂର୍ଣ୍ଣ ହେବ ବୋଲି ପୁରୀ ଜିଲ୍ଲାପାଳ ବଳୱନ୍ତ ସିଂ ବୈଠକରେ ଅବଗତ କରାଇଥିଲେ । ଏହାଛଡ଼ା ଶ୍ରୀଜଗନ୍ନାଥ ହେରିଟେଜ୍ କରିଡର, ବଡ଼ଦାଣ୍ଡ ଉନ୍ନତୀକରଣ ପ୍ରକଳ୍ପ , ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କୋଠାର ପୁର୍ନବିକାଶ ସହ ଜଗନ୍ନାଥ ସଂସ୍କତି କେନ୍ଦ୍ର ଆଦି ପ୍ରକଳ୍ପ ପାଇଁ ଡିଜାଇନ୍ ପ୍ରସ୍ତୁତ ଚାଲିଛି ବୋଲି ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ତଥା ପୂର୍ତ୍ତ ସଚିବ ଡା କ୍ରିଷନ କୁମାର ସୂଚନା ଦେଇଥିଲେ ।ଶ୍ରୀକ୍ଷେତ୍ର ପରେପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଏକାମ୍ରକ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଆଗ୍ରହ ପ୍ରକାଶ କଲେ । ୬୬ ଏକର ଜମିରେ ଏକାମ୍ରକ୍ଷେତ୍ର ଯୋଜନାକୁ ମୁଖ୍ୟମନ୍ତ୍ରୀ ମୋହର ଲଗାଇ ୯ଟି ପ୍ରକଳ୍ପ କାମ ପାଇଁ ଦେଲେ ସବୁଜ ସଂକେତ । ପୂର୍ତ୍ତ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ପ୍ରସ୍ତୁତି ତେଜିଥିଲା । ମାତ୍ର ମହାମାରୀ କରୋନାର କଟକଣା ଏ ସୌନ୍ଦର୍ଯ୍ୟକରଣ କାମରେ ପ୍ରତିବନ୍ଧକ ଛିଡା କରାଇଛି । ତୁରନ୍ତ ଆନୁଷଙ୍ଗିକ କାମ ଆରମ୍ଭ କରିବାକୁ ଭିଡିଓ କନଫରେନ୍ସିଂ ବୈଠକରେ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଜାରି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons