କରୋନା ହଟିବ ବୋଲି ମୁଣ୍ଡ,ଗଣ୍ଡି ଅଲଗା କରିଦେଲେ ପୁଜକ

Get real time updates directly on you device, subscribe now.

ନରସିଂହପୁର, (ବି.ବି.ନୁ୍ୟଜ୍): ମନ୍ଦିର ଭିତରେ ବିଭତ୍ସ ହତ୍ୟାକାର୍ଡ ଘଟାଇଛନ୍ତି ପୂଜକ । ଏପରି ଜଘନ୍ୟ ହତ୍ୟାକାଣ୍ଡ ଗତ ରାତିରେ କଟକ ଜିଲ୍ଲା ବନ୍ଧହୁଡ଼ା ମା’ ବ୍ରାହ୍ମଣୀ ମନ୍ଦିରରେ ଘଟିଛି । ଏପରି କଲେ କରୋନା ହଟିବ ବୋଲି ସ୍ୱପ୍ନାଦେଶ ହୋଇଥିବା ପୂଜକ କହୁଥିବା ବେଳେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ମନ୍ଦିର ପୂଜକ ୭୦ ବର୍ଷୀୟ ସଂସାରୀ ଓଝା ପୋଲିସକୁ ଦେଇଥିବା ବୟାନ ଅନୁଯାୟୀ, କରୋନା ପରି ମହାମାରୀ ହଟିବା ନିମନ୍ତେ ନର ବଳି ଦେବାକୁ ତାଙ୍କୁ ସ୍ୱପ୍ନାଦେଶ ହୋଇଥିଲା । ଗାମର ୫୫ ବର୍ଷୀୟ ସରୋଜ ପ୍ରଧାନ ନାମକ ବ୍ୟକ୍ତି ଗତ ରାତିରେ ମନ୍ଦିର ଆସିଥିଲେ । ଉକ୍ତ ସମୟରେ ସୁଯୋଗ ଅପେକ୍ଷାରେ ଥିବା ମନ୍ଦିର ପୂଜକ ଏକ କଟୁରୀରେ ତାଙ୍କ ମୁଣ୍ଡକୁ ଚୋଟ କାଇଥିଲେ । ଫଳରେ ଘଟଣାସ୍ଥଳରେ ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଥିଲା ଓ ପ୍ରାଣବାୟୁ ଉଡି ଯାଇଥିଲା । ଏହାପରେ ଥାନାରେ ହତ୍ୟା ଅଭିଯୁକ୍ତ ମନ୍ଦିର ପୂଜକ ଆତ୍ମସମର୍ପଣ କରିଛନ୍ତି । କଟୁରି ଜବତ କରି ନରସିଂହପୁର ପୋଲିସ ତନାଘନା ଆରମ୍ଭ କରିଛି । ଆଠଗଡ଼ ଏସ୍ଡିପିଓ ଆଲୋକ ରଞ୍ଜନ ରାୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଉଭୟଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons