ଶନିବାର ‘ବନେ୍ଦ ଉକ୍ରଳ ଜନନୀ’ ଗାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବୁ୍ୟରୋ): ଆସନ୍ତା ଶନିବାର ସନ୍ଧ୍ୟା ସାଢେ଼ ୫ଟା ବେଳେ ସାମାଜିକ ଦୂରତା ରକ୍ଷାକରି ‘ବନେ୍ଦ ଉକ୍ରଳ ଜନନୀ’ ସଂଗୀତ ଗାନ କରନ୍ତୁ । ,ହାର ଉଦେ୍ଧଶ୍ୟ ହେଉଛି, କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ଓ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା । ଆମର ସକଳ୍ପକୁ ଆହୁରି ଦୃଢ଼ କରିବା ପାଇଁ ଏହା ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ ବାର୍ତ୍ତାରେ କହିଛନ୍ତି । ମହାମାରୀ କରୋନା ପାଇଁ ଦୁଇ ମାସ ଧରି ସାରା ଦୁନିଆ ବଡ଼ ଜଟିଳ ପରିସ୍ଥିତିର ସାମ୍ନା କରୁଛି । ବଡ଼ବଡ଼ ଧନୀ ଓ ଶକ୍ତିଶାଳୀ ଦେଶରେ କରୋନା ଆତଙ୍କ ଖେଳାଇଛି । ସେହି ସମୟରେ ଓଡ଼ିଶା କରୋନା ବେିରାଧରେ ଯୁଦ୍ଧ ଆରମ୍ଭ କରିଥିଲା । କୋଭିଡ୍ରୁ ଲୋକଙ୍କୁ ରକ୍ଷା କରିବା ଓ ଲୋକଙ୍କ ଜୀବନ ବଞ୍ଚାଇବା ସେତେବେଳେ ସରକାରଙ୍କ ପ୍ରାତମିକତା ଥିଲା । ପ୍ରତିଟି ଜୀବନର ସୁରକ୍ଷା ହେଉଛି ସରକାରଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସେତେବେଳେ ସରକାର ଯାହା ନୀତି ବା ପଦକ୍ଷେପ ଗ୍ରହଣ କରିଥିଲେ, ତାର ଏକମାତ୍ର ଲକ୍ଷ୍ୟ ଥିଲା ସାଢେ଼ ଚାରିକୋଟି ଓଡ଼ିଆଙ୍କ ଜୀବନ ରକ୍ଷା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ ଆହୁରି କହିଛନ୍ତି ‘ଏବେ ଦୁଇ ମାସରୁ ଅଧିକ ସମୟ ହୋଇଗଲାଣି । କୋଭିଡ୍ ଯୁଦ୍ଧରେ ଲୋକଙ୍କ ଜୀବନ ବଞ୍ଚାଇବାରେ ଓଡ଼ିଶା ଆଜିକା ଦିନରେ କେବଳ ଭାରତବର୍ଷରେ ନୁହେଁ, ସାରା ବିଶ୍ୱରେ ଏକ ଉଦାହରଣ ସୃଷ୍ଟି କରିଛି । କୋଭିଡ୍ରେ ଓଡ଼ିଶାର ମୃତୁ୍ୟହାର ସାରା ଦୁନିଆରେ ସବୁଠାରୁ କମ୍ । କରୋନା ପୀଡିତଙ୍କ ମଧ୍ୟରୁ ଅଧାରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଲେଣି । ଓଡ଼ିଶା ପରି ରାଜ୍ୟ ପାଇଁ ଏହା ଏକ ବଡ଼ ସଫଳତା । ଦୁନିଆର ଶକ୍ତିଶାଳୀ ଦେଶ ତଥା ଭାରତର ବଡ଼ ବଡ଼ ରାଜ୍ୟ ଓ ଧନୀ ରାଜ୍ୟମାନେ ମଧ୍ୟ କରୋନା ଯୁଦ୍ଧରେ ଏତେ ସଫଳତା ପାଇପାରି ନାହାନ୍ତି । ଯାହା ଆଜିକା ଦିନରେ ଓଡ଼ିଆ ଜାତି ପାଇଁ ଏକ ଅଦ୍ଭୂତପୂର୍ବ ସଫଳତା । ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତାରେ ଆହୁରି କହିଛନ୍ତି- କରୋନାକୁ ନେଇ ସମଗ୍ର ବିଶ୍ୱରେ ଭୟର ବାତାବରଣ ଖେଳି ଯାଇଥିବା ବେଳେ ପ୍ରବାସୀରେ ଥିବା ଲକ୍ଷ ଲକ୍ଷ ଓଡ଼ିଆ ଭାଇଭଉଣୀ ଘରକୁ ଫେରିଛନ୍ତି । ତଥାପି କୋଭିଡ୍ ବିରୋଧରେ ଚାଲିଥିବା ସଂଗ୍ରାମରେ ଓଡ଼ିଶା ଭଲ ସ୍ଥିତିରେ ଅଛି । ଏହା ପଛରେ ରହିଛି କରେନା ଯୁଦ୍ଧରେ ଦିନରାତି କାମ କରୁତôବା ଆମର ଲକ୍ଷଲକ୍ଷ କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗ, ନିÂା ଓ ପ୍ରତିବଦ୍ଧତା । ସିଏ ଯିଏ ହୁଅନ୍ତୁ- ଲୋକ ପ୍ରତିନିଧି, ସରକାରୀ ବା ବେସରକାରୀ କର୍ମଚାରୀ, ସମସ୍ତେ ନିଜ ନିଜ ସୁଖ ଦୁଃଖକୁ ପଛରେ ପକାଇ ଯେଭଳି ସେବା ଯୋଗାି ଚାଲିଛନ୍ତି, ତା’ର ତୁଳନା ନାହିଁ । ସେହିପରି ଏହି ଯୁଦ୍ଧରେ ସାରା ଓଡ଼ିଶାବାସୀ ସରକାରଙ୍କ ପଦକ୍ଷେପକୁ ଯେଭଳି ବିପୁଳ ସମର୍ତନ ଦେଇଛନ୍ତି, ସେଥିପାଇଁ ମୁଁ ସମସ୍ତଙ୍କ ନିକଟରେ ଋଣି । ସେ ଆହୁରି କହିଛନ୍ତି- ଓଡ଼ିଶା ମାଟି ସହ ସଂପର୍କ ରଖିଥିବା ସାଢେ଼ ଚାରି କୋଟି ଓଡ଼ିଆ ଭଉଭଉଣୀଙ୍କୁ ମୁଁ ଅନୁରୋଧ କରୁଛି ଯେ, ମଇ ୩୦ ତାରିଖ ଶନିବାର ସନ୍ଧ୍ୟା ସାଢେ଼ ୫ଟା ସମୟରେ ଆପଣମାନେ ଦୁନିଆରେ ଯେଉଁଠାରେ ବି ଥାଆନ୍ତୁ ସମସ୍ତେ ସାମାଜିକ ଦୂରତା ରକ୍ଷା କରି ବନେ୍ଦ ଉକ୍ରଳ ଜନନୀ ସଂଗୀତ ଗାନ କରନ୍ତୁ ଏହାର ଉଦେ୍ଧଶ୍ୟ ହେଉଛି , ଆମର କୋଭିଡ ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା । ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା । ଆମର ସଂକଳ୍ପକୁ ଆହୁରି ଦୃଢ଼ କରିବା ପାଇଁ ଏହା ପ୍ରରଣା ଯୋଗାଇବ । ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନ ଦାବିସ ସମୟରେ ଉକ୍ରଳ ସମ୍ମିଳନୀର ଅଦ୍ୟ ସଂଗୀତ ଥିଲା ବନେ୍ଦ ଉତକ୍ଳ ଜନନୀ । ଓଡ଼ିଶା ଜାତୀୟତାର ବନ୍ଧନକୁ ଏହା ମଜବୁତ କରିଥିଲା । ଆଗକୁ ଅମା ପାଇଁ ଆହୁରି କଠିନ ରାସ୍ତା ଆସିପାରେ । ଆଗାମୀ ଦିନର ଆହ୍ୱାନକୁ ସଫଳ ଭାବରେ ମୁକାବିଲା କରିବା ଓ ନୂଆ ସଂକଳ୍ପ ନେଇ କାମ କରିବା ପାଇଁ ଏହା ଆମକୁ ଶକ୍ତି ଯୋଗାଇବ । ଏହି ବିଶ୍ୱାସ ମୋର ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons