କ୍ବାରେଣ୍ଟାଇନ୍‌ ସେଣ୍ଟରରେ ପଶିଲା ବର୍ଷାପାଣି: ଭିଡିଓ ଭାଇରାଲ କଲେ ପ୍ରବାସୀ

Get real time updates directly on you device, subscribe now.

ନୀଳଗିରି, (ବି.ବି.ନୁ୍ୟଜ୍):ଟିଏମ୍‌ସି ସେଣ୍ଟର ଭିତରକୁ ପଶିଲା ପାଣି। ଏନେଇ ସେଣ୍ଟରରେ ରହୁଥିବା ପ୍ରବାସୀମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ଔପଦାବ୍ଲକ କାଣ୍ଡଗରଡ଼ି ପଞ୍ଚୟତ ବାବା ପଞ୍ଚଲିଙ୍ଗେଶ୍ବର ମହାବିଦ୍ୟାଳୟରେ ହୋଇଥିବା ଟିଏମ୍ସି ସେଣ୍ଟରେ ଅବ୍ୟବସ୍ଥାର ଚିତ୍ର ଆଗକୁ ଆସିଛି। କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିବା ପ୍ରବାସୀମାନଙ୍କ ବିଛଣା ବର୍ଷାପାଣିରେ ଓଦା ହୋଇଯାଇଥିଲା।
ଆଜି ସକାଳଠୁ ଏହି ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିବା ବେଳେ ସେଣ୍ଟରରେ କବାଟ କି ଝରକା ନ ଥିବା ଯୋଗୁଁ ଏହିଭଳି ଅବ୍ୟବସ୍ଥା ହୋଇଥିବା ଅଭିଯୋଗ ଉଠିଛି। ଏଭଳି ଘଟଣାର ଭିଡିଓ ଫୁଟେଜ ଅନ୍ତେବାସୀ କରି ଭାଇରାଲ କରିଛନ୍ତି। ଏପରିକି ପ୍ରବାସୀମାନେ ସେଣ୍ଟର ବାହାରକୁ ଆସି ବିକ୍ଷୋଭ ପ୍ରର୍ଦଶନ କରିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons