ରାଜଧାନୀ ଉପକଣ୍ଠରୁ ୬ କ୍ବିଣ୍ଟାଲ ୬୦ କିଲୋ ଭାଙ୍ଗ ଜବତ

Get real time updates directly on you device, subscribe now.

ବାଲିପାଟଣା, (ବି.ବି.ନୁ୍ୟଜ୍):ଲକଡାଉନ୍‌ରେ ବି ଚାଲିଛି ବେଧଡ଼କ ନିଶା କାରବାର। ରାଜ୍ୟରେ ଲକଡାଉନ ନିୟମର ଅବଧି ମେ ୩୧ ପର୍ୟ୍ୟନ୍ତ ବୃଦ୍ଧି ହୋଇଛି। ହେଲେ ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ବାଳକାଟି ଅଞ୍ଚଳରୁ ୬ କ୍ବିଣ୍ଟାଲ ୬୦ କିଲୋ ଭାଙ୍ଗ ଜବତ କରିଛି ଭୁବନେଶ୍ବର ଅବକାରୀ ବିଭାଗ। ବିଶେଷ ସୂତ୍ରରୁ ଖବର ପାଇ ବାଳକାଟୀ କେନାଲ ପାର୍ଶ୍ବରେ ଗାଡି ମଟର ଯାଞ୍ଚ କରୁଥିବା ବେଳେ ଏକ ଟାଟା ଏସି ଗାଡିରୁ ୨୨ ଗୋଟି ବସ୍ତା ଭାଙ୍ଗ ଜବତ କରିଛି ଭୁବନେଶ୍ବର ଅବକାରୀ ବିଭାଗ। ଏହା ସହ ଗାଡି ଚାଳକ ଦିପକ ବିଶ୍ବାଳକୁ ଗିରଫ କରି ପୋଲିସ୍ କୋର୍ଟ ଚାଲାଣ କରିଛି। ବାଲିଅନ୍ତା ଥାନାରେ ୫/୨୦୨୦-୨୧ ରେ ଏକ ମାମଲା ରୁଜୁ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons