ଭୁବନେଶ୍ୱର,(ବି.ବି.ବୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ଗଠିତ ପଞ୍ଚମ ପାଳି ସରକାରକୁ ଆସନ୍ତାକାଲି ଏକ ବର୍ଷ ପୂରଣ ହେବ । ୨୦୧୯ ମେ’ ୨୯ ତାରିଖରେ ନବୀନ କ୍ରମାଗତ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । କରୋନା ଯୋଗୁ ସରକାରର ବର୍ଷ ପୂର୍ତ୍ତିକୁ ଶାସକ ଦଳ ପାଳନ କରୁନଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କେତେକ ନୂଆ କାର୍ଯ୍ୟକ୍ରମ ଘୋଷଣା ହେବାର ସମ୍ଭାବନା ରହିଛି । ସୂଚନା ଅନୁସାରେ, ଆସନ୍ତାକାଲି ଦିନ ୧୧ଟା ୪୫ ମନିଟରେ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତଥର ଭଳି ଏଥର ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ କ୍ୟାବିନେଟ ବୈଠକରେ ସାମିଲ ହେବାର ସମ୍ଭାବନା ରହିଛି । ସେହିପରି ଦିନ ୧୨ଟା ୧୫ ମିନିଟ୍ରେ ମନ୍ତ୍ରିପରିଷଦ ବୈଠକ ମଧ୍ୟ ବସିବ । ତେବେ ଉଭୟ ବୈଠକରେ କେଉଁ ସବୁ ଏଜେଣ୍ଡା ସ୍ଥାନ ପାଇବ ସେ ନେଇ ଆନୁÂାନିକ ଭାବେ ମନ୍ତ୍ରୀମାନଙ୍କୁ କିଛି ସୂଚନା ଦିଆଯାଇନାହିଁ । ଉଭୟ ମନ୍ତ୍ରିମଣ୍ଡଳ ଓ ମନ୍ତ୍ରିପରିଷଦ ବୈଠକରେ ସ୍ଥାନ ପାଇବାକୁ ଥିବା ଏଜେଣ୍ଡାକୁ ଚୂଡାନ୍ତ କରିବା ନିମେନ୍ତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋÂରେ ଆଜି ମୁଖ୍ୟ ସଚିବ ଅସିତଥ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁÂିତ ହୋଇଥିଲା । ରାଜ୍ୟରେ କରୋନା ମହାମାରୀ ଓ ସାମୁଦ୍ରିକ ଝଡ଼ ଅମ୍ଫାନ୍ କ୍ଷୟକ୍ଷତି ଯୋଗୁ ରାଜକୋଷ ଉପରେ ଚାପ ମଧ୍ୟରେ ରାଜ୍ୟରେ ଭିତ୍ତିଭୂମି ବିକାଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି କାର୍ଯ୍ୟକୁ ତ୍ୱରାନ୍ୱିତ ସମେତ ଆଗାମୀ ବର୍ଷକ ନିମନ୍ତେ ଯୋଜନା ଖସଡ଼ା ପ୍ରସ୍ତୁତ ହୋଇଛି । ଯାହାକୁ ଆସନ୍ତାକାଲି କ୍ୟାବିନେଟ୍ ବୈଠକରେ ଅନୁମୋଦନ ମିଳିବ ବୋଲି ଜଣାପଡିଛି ।


Comments are closed, but trackbacks and pingbacks are open.