ସନ୍ଧ୍ୟାରେଗଣ୍ଡଗୋଳ, ରାତିରେ ଘରେ ପଶି ହତ୍ୟା

Get real time updates directly on you device, subscribe now.

ପଟ୍ଟାମୁଣ୍ଡାଇ, (ବି.ବି.ନୁ୍ୟଜ୍): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଶିମିଳିଆ ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ତାଙ୍କ ପରିବାର ଲୋକଙ୍କ ସହ ମିଶି ନିଜ ପୁତୁରା ଓ ତାଙ୍କ ପରିବାର ଲୋକଙ୍କ ଉପରେ ଆକ୍ରମଣ କରିଛନ୍ତି । ଏଥିରେ ଜଣଙ୍କର ମୃତୁ୍ୟ ଘଟିଥିବା ବେଳେଆଉ ଦୁଇ ଆହତ ହୋଇଛନ୍ତି । ମୃତକଙ୍କ ନାଁ କୁସୁମ ସ୍ୱାଇଁ । ତାଙ୍କ ପୁଅ ଦେବପ୍ରସାଦ ଓ ବୋହୂ ମୀରା ଆହତ ହୋଇଛନ୍ତି । ସୋନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଅନ୍ୟପକ୍ଷରେ ଅଭିଯୁକ୍ତ ପ୍ରିକ୍ଷୀତ ସ୍ୱାଇଁ, ତାଭ୍କ ପୁଅ ଶିବ ପ୍ରସାଦ ଓ ତାଙ୍କ ଜ୍ୱାଇଁ ଫେରାର ହୋଇଯାଇଛନ୍ତି । ପ୍ରୀଧିତଙ୍କ ସ୍ତ୍ରୀ ନଳିନୀ ପ୍ରଭାଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଜମିବାଡିକୁ କେନ୍ଦ୍ର କରି ଏହି ଦୁଇ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ବିଳମ୍ବିତ ରାତିରେ ପ୍ରୀକ୍ଷିତ, ତାଙ୍କ ପୁଅ, ସ୍ତ୍ରୀ ଓ ଜ୍ୱାଇଁ ଏବଂ ଆଉ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ସହ ମିଶି ଦେବପ୍ରସାଦଙ୍କ ପରିବାର ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଏଥିରେ ଦେବ ପ୍ରସାଦ , ତାଙ୍କ ସ୍ତ୍ରୀ ଓ ମା’ ଗୁରୁତର ଆହତ ହୋଇଥିଲେ । ଦେବ ପ୍ରସାଦଙ୍କ ବାମ ହାତ ଓ ମୁଣ୍ଡରେ ଆଗାତ ଲାଗିଥିବା ବେଳେ ତାଙ୍କ ମା’ଙ୍କ ଗଳାରେ ଶକ୍ତ ଆଘାତ ଲାଗିଥିଲା । ସ୍ତ୍ରୀ ମୀରାଙ୍କ ପେଟରେ ଗଭୀର ଆଘାତ ଲାଗିଥିଲା । ସମସ୍ତଙ୍କୁ କେନ୍ଦ୍ରାପଡ଼ା ଡାକ୍ତରଖାନାରେଭର୍ତ୍ତି କରାଯାଇଥିଲା । ସେଠାରେ ଦେବ ପ୍ରସାଦଙ୍କ ମା’ କୁସୁମଙ୍କ ମୃତୁ୍ୟ ଘଟିଥିଲା । ଦେବ ପ୍ରସାଦ ଓ ତାଙ୍କ ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଚି । ସୂଚନାଯୋଗ୍ୟ, ଉଭୟ ପରିବାର ମଧ୍ୟରେ ଦୀର୍ଘଦିନ ହେଲା ଜମିବାଡିକୁ ନେଇ ଗଣ୍ଡଗୋଳ ଲାଗି ରହିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons