ଭୁବନେଶ୍ୱର, (ବି.ବି.ବୁ୍ୟରୋ):କରୋନାଜନିତ ଲକଡାଉନ୍ ଯୋଗୁ ପ୍ରଭାବିତ ଶିଳ୍ପ କ୍ଷେତ୍ର ଓ ନିଯୁକ୍ତି ସୁଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ କାରଖାନାରେ କାର୍ଯ୍ୟରତ କର୍ମଚାରୀଙ୍କ ଓଭରଟାଇମ୍ ଅବଧିକୁ ୧୧୫ ଘଣ୍ଟାକୁ ବୃଦ୍ଧି କରିବା ସହ ଅର୍ଜିତ୍ ଛୁଟି ଉପଲବ୍ଧ ସୀମାର ୨୪୦ ପାରିଶ୍ରମିକ ଦିବସରୁ ୧୮୦ ଦିବସକୁ ହ୍ରାସ କରିଛନ୍ତି । ଏଥିପାଇଁ ଅଧ୍ୟାଦେଶ ବଳରେ ପ୍ରଚଳିତ କାରଖାନା ଆଇନ -୧୯୪୮ ରେ କେତେକ ସଂଶୋଧନ କରିଛନ୍ତି । ଆଜି ରାଜ୍ୟ କ୍ୟାବିନେଟ ଏହି ପ୍ରସ୍ତାବ ସମେତ ମୋଟ ୨୨ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁÂିତ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ଅଜିତ କୁମାର ତ୍ରିପାଠୀ କହିଛନ୍ତି ଯେ, ହୋଟେଲ ଓ ରେଷ୍ଟୁରାଣ୍ଟ ସମେତ ସମସ୍ତ ପର୍ଯ୍ୟଟନ ପ୍ରକଳ୍ପ ଏଣିକି ଜିଲ୍ଲାପାଳଙ୍କ ପରିବର୍ତ୍ତେ ଇଡ୍କୋରୁ ଜମି ପାଇବେ । ଏଥିପାଇଁ ଓଡ଼ିଶା ପର୍ଯ୍ରଟନ ନୀତି -୨୦୧୬କୁ ସଂଶୋଧନ କରାଯାଇଛି । ସମବାୟ ବିଭାଗ ପକ୍ଷରୁ ଜାରି ଦୁଇଟି ଅଧ୍ୟାଦେଶକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ରାଜ୍ୟରେ ପୁଞ୍ଜିନିବେଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ଉଦେ୍ଧଶ୍ୟରେ ଧାମରା ଓ ଢେ଼ଙ୍କାନାଳରୋ ୨ଟି ଶିଳ୍ପ ପାର୍କ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ହଜାରେ ଏକର ଲେଖାଏଁ ଜମିରେ ସ୍ଥାପନ ହେବାକୁ ଥିବା ଏହି ଦୁଇଟି ପାର୍କରେ ୬ରୁ ୭ ହଜାର କୋଟି ଟଙ୍କା ଲେଖାଏଁ ପୁଞ୍ଜିନିବେଶ ହେବ । ଧାମରାରେ ୨୦ ହଜାର ଓ ଢେ଼ଙ୍କାନାଳରେ ୧୬ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । କୃଷି କ୍ଷେତ୍ରପରେ ଅଧିକ ନିଯୁକ୍ତି ସୁଯୋଗ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ସୃଷ୍ଟି କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ ପକ୍ଷରୁ ଓଏଏସ୍ ପଦବୀକୁ ୯୯୬ରୁ ୧୧୮୮ କୁ ବୃଦ୍ଧି କରାଯାଇଛି । ଆସ୍କା ଚିନିକଳକୁ ୧୫ କୋଟିର ସରକାରୀ ଗ୍ୟାରେଣ୍ଟି ଦେବା ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି । କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟକୁ ୧ଟଙ୍କା ଭଡ଼ାରେ ଜମି ଯୋଗାଇ ଦେବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି । ଶକ୍ତି ବିଭାଗ ଅଧୀନକୁ ଓରେଡ଼ା ଆସିବ ଓ ଏଥିପାଇଁ ସୋସାଇଟି ଆକ୍ଟରେ ପରିବର୍ତ୍ତନ କରାଯାଇଛି । ଏଗ୍ରିକଲଚର ଆକ୍ଟ -୧୯୫୬ ରେ ସଂଶୋଧନକୁ ଅନୁମୋଦନ କରାଯାଇଛି । ଇ-ମାର୍କେଯ ଜରିଆରେ ଉପôାଦନକୁ ଚାଷୀ ବିକି ପାରିବେ । ସେହିପରି ଅଣ୍ଡର ଗ୍ରାଜୁଏଟ୍ କୋର୍ସକୁ ପ୍ରଫେସନାଲ କୋର୍ସର ମାନ୍ୟତା ମିଳିବ । ଏଥିପାଇଁ କ୍ୟାବିନେଟ୍ ଅନୁମତି ଦେଇଛନ୍ତି । ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍ ବୃଦ୍ଧି ନିଷ୍ପତ୍ତିକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।
Comments are closed, but trackbacks and pingbacks are open.