୧ରୁ ପୁରୀରୁ ଗଡ଼ିବନି ଟ୍ରେନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆଗକୁ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଥିବା ବେଳେ ପୁରୀକୁ ପ୍ରତିବର୍ଷ ଦୂରଦୂରାନ୍ତରରୁ ବହୁ ଶ୍ରଦ୍ଧାଳୁ ଆସିଥାନ୍ତି । ହେଲେ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଗତ ୨ ମାସରୁ ଅଧିକ ହେବ ସମଗ୍ର ଦେଶରେ ଲକଡାଉନ୍ କଟକଣା ଲାଗି ରହିଛି । ଏପରି ସ୍ଥିତିରେ ଗତ କିଛି ଦିନ ହେବ ବସ୍, ଟ୍ରେନ୍ ଓ ବିମାନ ଚଳାଚଳ ସ୍ୱାଭାବିକ ହୋଇଛି । ହେଲେ ଆସନ୍ତା ୧ ତାରିଖରୁ ପୁରୀକୁ ଟ୍ରେନ୍ ଚଳାଚଳ କରିବ ନାହିଁ । ପୁରୀରୁ ବାହାରିବାକୁ ଥିବା ସମସ୍ତ ଟ୍ରେନ୍ ଭୁବନେଶ୍ୱରରୁ ଛାଡିବ । ଏ ନେଇ ରାଜ୍ୟ ସରକାରଙ୍କ ନିକଟରୁ ପରାମର୍ଶ ପାଇବା ପରେ ପୂର୍ବତଟ ରେଳପଥ ପକ୍ଷରୁ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି ।
ଆସନ୍ତା ୧ ତାରିଖରୁ ପୁରୀରୁ ଗଡ଼ିବାକୁ ଥିବା ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍ ପୁରୀ ପରିବର୍ତ୍ତେ ଭୁବନେଶ୍ୱରରୁ ଯିବ । ସେହିପରି ୩ ତାରିଖରେ ନୂଆଦିଲ୍ଲୀରୁ ପୁରୀ ଆସିବାକୁ ଥିବା ପୁରୁଷୋତ୍ତମ ଏକ୍ସପ୍ରେସ୍ ପୁରୀ ବଦଳରେ ଭୁବନେଶ୍ୱରରେ ରହିବ ।
ସିଆଲଦା-ପୁରୀ ଦୂରନ୍ତ ଏକ୍ସପ୍ରେସ୍ ପାଇଁ ବି ସମାନ ନିୟମ ଲାଗୁ ହେବ । ପୁରୀକୁ ନ ଯାଇ ଭୁବନେଶ୍ୱରରୁ ଯାତାୟତ କରିବ । ତେବେ ପୁରୀକୁ ଟ୍ରେନ୍ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ନିଷ୍ପତ୍ତି ବଳବତ୍ତର ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons