ଭଞ୍ଜନଗର, (ବି.ବି.ନୁ୍ୟଜ୍): ସାବିତ୍ରୀ ଅମାବାସ୍ୟାରେ ଘରକୁ ଫେରିବେ ବୋଲି କହିଥିଲେ ଚିତ୍ତରଞ୍ଜନ । ମାତ୍ର ଆସିଲେନି । ଗତ ମାସ ୧୪ ତାରିଖରେ ସୁରଟ୍ରୁ ଆସିଲା ତାଙ୍କର ମୃତୁ୍ୟ ଖବର । ଆସିବେ ବୋଲି ସ୍ତ୍ରୀକୁ କଥା ଦେଇଥିଲେ । ନା ସେ ଆସିଲେ ନା ମୃତଦେହ । ଶେଷ ଥର ପାଇଁ ମଧ୍ୟ ଘର ଲୋକ ଭଲରେ ତାଙ୍କୁ ଦେଖିପାରିଲେନି । କରୋନାରେ ଚିତ୍ତରଞ୍ଜନଙ୍କ ମୃତୁ୍ୟ ହୋଇଥିବା ଡାକ୍ତର ଜଣାଇବା ସହ ଭିଡିଓ କଲିଂରେ ପରିବାର ଲୋକ ଶେଷ ଥର ପାଇଁ ତାଙ୍କୁ ଦେଖିଥିଲେ । ଏପଟେ ୨ ଝିଅଙ୍କୁ ନେଇ ଆଗକୁ କେମିତି ଚଳିବେ ପନôୀ ଲିଲି ଏନେଇ ଭାଙ୍ଗିପଡ଼ିଛନ୍ତି । ହିନ୍ଦୁ ରୀତିନୀତି ପ୍ରକାରେ ସାନଭାଇ ପ୍ରତୀକାତ୍ମକ ଭାବେ କଲେ ଦାହ ସକ୍ରାର ଓ ପିଣ୍ଡ ଦାନ ଭଳି ଶେଷକୃତ୍ୟ । ସବୁକିଛି ସିନେମାର ଚିତ୍ର ଭଳି ପନôୀ ଲିଲିଙ୍କ ଆଗରେ ସଂପନ୍ନ କରାଗଲା ।
ଗୋଟିଏ ପରେ ଗୋଟିଏ କରୋନା ଯନ୍ତ୍ରଣାର ଛାପ ଛାଡ଼ୁଛି । ଚିତ୍ତରଞ୍ଜନ ବେବର୍ତ୍ତା (୪୭) । ଘର ଆସିକା ଥାନା ଅନ୍ତର୍ଗତ ଖଣ୍ଡବନ୍ଧ ଗ୍ରାମ । ଗାଁରେ ବାପା ତ୍ରିଲୋଚନ ବେବର୍ତ୍ତା(୮୫) ଓ ମାଆ ରମା ବେବର୍ତ୍ତା ରହୁଛନ୍ତି । ପୁଅମାନେ ବାହାରେ ନିଜ ପିଲାଛୁଆଙ୍କୁ ନେଇ ଜୀବନ ସଂଘର୍ଷରେ ଲାଗି ପଡିଛନ୍ତି । ବଡ଼ପୁଅ ଚିତ୍ତରଞ୍ଜନ ଗାଁ ଛାଡି ସୁରାଟରେ ଏକ ସୂତା କଳରେ କାମ କରୁଥିଲେ । ଘରକୁ ଯାହା କିଛି ଟଙ୍କା ପଠାଉଥିଲେ ସେଥିରେ ପରିବାର ଚଳୁଥିଲା । ପରିବାର କହିଲେ ପନôୀ ଲିଲି ଓ ୨ ଝିଅ । ଝିଅର ପାଠ ପଢ଼ା ପାଇଁ ବେଲଗୁଣ୍ଠା ଗୋପୀନାଥ ସାହିରେ ବାପଘର ଲୋକଙ୍କ ସହ ଭଡ଼ାଘରେ ରହୁଥିଲେ । ବଡ଼ଝିଅ ପ୍ରିୟଙ୍କା ବେଲଗୁଣ୍ଠା କଲେଜରେ ଯୁକ୍ତ ୩ ଶେଷବର୍ଷ କଳା ଛାତ୍ରୀ ଓ ସାନଝିଅ ପାୟଲ ୯ମ ଶ୍ରେଣୀରେ ପଢୁଛି । କରୋନା ସବୁକିଛି ଉଜାଡ଼ିଦେଲା । ମଇ ୪ ତାରିଖରେ ସୁରଟରେ ଚିତ୍ତରଞ୍ଜନ ଅସୁସ୍ଥ ହୋଇପଡ଼ିଥିଲେ । ସ୍ୱାବ ଟେଷ୍ଟ ପରେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ଏନେଇ ଲିଲିଙ୍କୁ ଜଣାଇବା ପରେ ଭାଙ୍ଗିପଡ଼ିଥିଲେ ପରିବାର ଲୋକ । ସୁରାଟ ସିଭିଲ୍ କୋଭିଡ୍ ହସ୍ପିଟାଲରୁ ମଇ ୧୪ ତାରିଖ ସଂଧ୍ୟାରେ ଡାକ୍ତରଙ୍କ ଏକ ଫୋନ କଲ୍ ଲିଲିଙ୍କ ପାଖକୁ ଆସିଲା । ଆଉ ତାଙ୍କ ସ୍ୱାମୀ ଚିତ୍ତରଞ୍ଜନ ସବୁଦିନ ପାଇଁ ଆଖି ବୁଜି ଦେଇଥିବା ଖବର ଦେଇଥିଲେ । ଏକ ଭିଡିଓ କ୍ଲିପ୍ ଯୋଗେ ଚିତ୍ତରଞ୍ଜନଙ୍କ ମର ଶରୀରକୁ ତାଙ୍କ ପରିବାର ଲୋକଙ୍କୁ ଦେଖାଇଥିଲେ । ସେଠାରେ ଶବକୁ ସରକାରୀ ବିଧି ବ୍ୟବସ୍ଥା ପ୍ରକାରେ କବର ଦିଆଯାଇଥିଲା । ସାନଭାଇ ସହ ପରିବାର ଅନ୍ୟ ସଦସ୍ୟ ଗାଁକୁ ଯାଇ ସେଠାରେ ହିନ୍ଦୁ ରୀତିନୀତି ପ୍ରକାରେ ପାଳରେ ଏକ ପ୍ରତିକୃତି ତିଆରି କରି ଶ୍ମଶାନରେ ଶବଦାହ କରାଯାଇଛି । ଇତି ମଧ୍ୟରେ ଦ୍ୱାଦଶାହ ବିଧି ସାରି ନିଜ ନିଜ କର୍ମକ୍ଷେତ୍ରକୁ ଫେରିଲେଣି । ଲିଲି କିପରି ଘର ଚଳାଇବେ ଏନେଇ ଚିନ୍ତାରେ ଭାଙ୍ଗିପଡ଼ିଛନ୍ତି । ଏପରିକି ସ୍ଥାନୀୟ କିଛି ଲୋକ ଚିତ୍ତରଞ୍ଜନଙ୍କ କରୋନା ମୃତୁ୍ୟ ହୋଇଥିବାରୁ ଲିଲିଙ୍କୁ ନାକ ଟେକୁଛନ୍ତି । ସରକାର ଏବଂ ସହୃଦୟ ବ୍ୟକ୍ତି ସହାୟତାର ହାତ ବଢ଼ାଇଲେ ପରିବାର ଲୋକଙ୍କ ମନବଳ ଦୃଢ଼ ହେବ ବୋଲି ଆଶା ରଖିଛନ୍ତି । ୨ ଝିଅଙ୍କ ପାଠପଢ଼ା କିପରି କରାଇବେ ଏନେଇ ଲିଲି ବିଚଳିତ ହୋଇପଡ଼ିଛନ୍ତି ।
Comments are closed, but trackbacks and pingbacks are open.