ଓଡ଼ିଶା ବିଜୁଳି ବଣ୍ଟନରେ ପଶିଲା ଟାଟା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭାରତର ସର୍ବବୃହତ ସମନ୍ୱିତ ବିଦୁ୍ୟତ କମ୍ପାନି ଟାଟା ପାୱାର ଆଜିଠାରୁ ଓଡ଼ିଶାର ବିଜୁଳି ବଣ୍ଟନରେ ପ୍ରବେଶ କରିଛି । ସେଣ୍ଟାଲ୍ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି ଅଫ୍ ଓଡ଼ିଶା (ସେସୁ)ର ମାଲିକାନା ହାତେଇ କମ୍ପାନି କେନ୍ଦ୍ରୀୟ ଓଡ଼ିଶାର ୫ଟି ବିଦୁ୍ୟତ ମଣ୍ଡଳରେ ବିଜୁଳି ବଣ୍ଟନ ପରିଚାଳନା ଆରମ୍ଭ କରିଛି । ଟାଟା ପାୱାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଚାଳନା ନିଦେ୍ର୍ଧଶକ (ସିଇଓ ଓ ଏମ୍ଡି) ପ୍ରବୀର ସିହ୍ନା ଏହି ସୂଚନା ଦେଇଛନ୍ତି ।
ମେ’ ୨୮ରେ ଓଡ଼ିଶା ବିଦୁ୍ୟତ ନିୟାମକ ଆୟୋଗ (ଓଇଆର୍ସି) ଦ୍ୱାରା ଜାରି ନିଦେ୍ର୍ଧଶ ମୁତାବକ, ସେସୁ ଅଧିଗ୍ରହଣ ପରେ ନୂଆ କମ୍ପାନିର ନାମ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବୁ୍ୟସନ ଲିମିଟେଡ୍ (ଟିପିସିଓଡିଏଲ୍) ହୋଇଛି । ଶ୍ରୀ ସିହ୍ନା ଏକ ୱେବିନାର ଜରିଆରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଟିପିସିଓଡିଏଲ୍ରେ ଟାଟା ପାୱାରର ୫୧ଧ ଅଂଶଧନ କିଣିଥିବା ବେଳେ ଗ୍ରୀଡ୍କୋର ବଳକା ୪୯ଧ ଅଂଶଧନ ରହିଛି । ଏଥିସହ ଭୁବନେଶ୍ୱର, କଟକ, ପୁରୀ, ପାରାଦୀପ ଓ ଢେଙ୍କାନାଳ ମଣ୍ଡଳର ବିଦୁ୍ୟତ ପରିଚାଳନା ଦାୟିତ୍ୱ ଟାଟା ପାୱାର ହାତକୁ ଆସିଛି ।
ସେ କହିଛନ୍ତି, ସେସୁର ପରିଚାଳନା ଦାୟିତ୍ୱ ଟାଟା ପାୱାରକୁ ମିଳିଥିବାରୁ ଆମେ ଓଇଆର୍ସି ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଉଛୁ । ଆମର ଉତ୍ତମ ଗ୍ରାହକ ସେବା ତଥା ସୃଜନଶୀଳ ଟେକ୍ନୋଲୋଜି ଜରିଆରେ ସେସୁର ୨୫ ଲକ୍ଷ ଗ୍ରାହକଙ୍କୁ ବିଶ୍ୱସନୀୟ, ଶସ୍ତା ତଥା ଉତ୍ତମ ମାନର ସେବା ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ ରହିଛୁ । ଏହାସହ ଆମେ ସେସୁର ସମସ୍ତ ପୁରୁଣା କର୍ମଚାରୀଙ୍କୁ କାର୍ଯ୍ୟରେ ରଖିଛୁ ଓ ସେମାନଙ୍କୁ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତି ମୁତାବକ ସବୁ ସୁବିଧା ଯୋଗାଇଦେବୁ ।
ଟାଟା ପାୱାର ଟିଆଣ୍ଡଡି ସଭାପତି ସଞ୍ଜୟ ବାଙ୍ଗା କହିଛନ୍ତି, ଓଡ଼ିଶାରେ କମ୍ପାନି ସ୍ମାର୍ଟ ଗ୍ରୀଡ୍ ଟେକ୍ନୋଲୋଜିକୁ ବ୍ୟବହାର କରି ବିଦୁ୍ୟତ ବଣ୍ଟନରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ଯୋଜନା ରଖିଛି । ଏହା ଜରିଆରେ ଟାଟା ପାୱାର ଗ୍ରାହକଙ୍କୁ ସର୍ବୋତ୍ତମ ବିଜୁଳି ସେବା ଯୋଗାଇବାରେ ସମର୍ଥ ହେବ ।
ସୂଚନା ଥାଉକି, ୩୦,୦୦୦ ବର୍ଗକିଲୋମିଟର ପରିବ୍ୟାପ୍ତ ସେସୁର ୫ଟି ବିଦୁ୍ୟତ ମଣ୍ଡଳରେ ୨୫ ବର୍ଷ ନିମନ୍ତେ ବିଦୁ୍ୟତ ବଣ୍ଟନ ଯୋଗାଇବା ପାଇଁ ଟାଟା ପାୱାର ଲାଇସେନ୍ସ ପାଇଛି । ଏହି ୫ଟି ବିଦୁ୍ୟତ ମଣ୍ଡଳରେ ୨୫ ଲକ୍ଷ ଗ୍ରାହକଙ୍କ ଜରିଆରେ ଏବେ କମ୍ପାନି ୧.୪ କୋଟି ଲୋକଙ୍କୁ ବିଦୁ୍ୟତ ଯୋଗାଣ ସୁନିଶ୍ଚିତ କରିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons