ନୂଆଦିଲ୍ଲୀ:ବୁଧବାରଠାରୁ ବିମାନ କମ୍ପାନିଗୁଡିକ ସେମାନଙ୍କ ମଝି ସିଟ୍କୁ ଖାଲି ରଖିବେ । ଯାତ୍ରୀ ଭିଡ଼ ଯୋଗୁ ଯଦି ଏହା ସମ୍ଭବ ନ ହୁଏ ତେବେ ମଝି ସିଟ୍ ଯାତ୍ରୀଙ୍କୁ ସୁରକ୍ଷା ଗାଉନ୍ ଦେବେ । ବେସାମରିକ ବିମାନ ଚଳାଚଳ ମହାନିଦେ୍ର୍ଧଶାଳୟ(ଡିଜିସିଏ) ପକ୍ଷରୁ ବିମାନ କମ୍ପାନିଗୁଡିକୁ ଏ ନିଦେ୍ର୍ଧଶ ଜାରି କରାଯାଇଛି ।
ସେ ଘରୋଇ ହେଉ କିମ୍ବା ବିଦେଶୀ ସମସ୍ତ ବିମାନ କମ୍ପାନିଙ୍କ ପାଇଁ ଏହା ବାଧ୍ୟତାମୂଳକ ହେବ । ସେ ଭାରତୀୟ କିମ୍ବା ବିଦେଶୀ ଚାର୍ଟର ହେଉ ଅବା ଘରୋଇ ଜେଟ୍ ଅପରେଟର ଭାରତକୁ, ଭାରତରୁ କିମ୍ବା ଭାରତ ମଧ୍ୟରେ ଚଳାଚଳ କରୁଥିଲେ ଏ ନିୟମ ମାନିବାକୁ ବାଧ୍ୟ ।
ଯଦି ଗୋଟିଏ ପରିବାରରୁ ୩ ଜଣ ଯାତ୍ରା କରୁଥାନ୍ତି ତେବେ ସେମାନଙ୍କୁ ଏକାଠି ବସିବାକୁ ଦେବା ପାଇଁ ଏୟାର୍ଲାଇନ୍ସଗୁଡିକୁ ନିଦେ୍ର୍ଧଶ ମିଳିଛି । ନୂଆ ନିଦେ୍ର୍ଧଶକୁ ଜୁନ୍ ୩ରୁ କାର୍ଯ୍ୟକାରୀ କରାଯିବ ।
ବିମାନ କମ୍ପାନିଙ୍କ ତରଫରୁ ସମସ୍ତ ଯାତ୍ରୀଙ୍କୁ ୩-ଲେୟାର୍ବିଶିଷ୍ଟ ସର୍ଜିକାଲ ମାସ୍କ, ଫେସ୍ ସିଲ୍ଡ ଏବଂ ସାନିଟାଇଜର ଦିଆଯିବ । କିନ୍ତୁ ବିମାନ ମଧ୍ୟରେ ଖାଦ୍ୟ କିମ୍ବା ଜଳ ଦିଆଯିବ ନାହିଁ । ଅତି ଜରୁରୀ ଥିଲେ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ଯାତ୍ରୀଙ୍କୁ ଏ ସୁବିଧା ଦିଆଯିବ ।
ଯାତ୍ରୀଙ୍କୁ ପ୍ରବେଶ ଏବଂ ପ୍ରସ୍ଥାନ ନିୟମକୁ ମାନିବାକୁ ପଡ଼ିବ । ନିୟମିତ ବ୍ୟବଧାନରେ ବିମାନକୁ ସାନିଟାଇଜ୍ କରାଯିବ । ଟ୍ରାନ୍ଜିଟ୍ ବିମାନ କ୍ଷେତ୍ରରେ ଯାତ୍ରୀ ବସିଥିବା ସିଟ୍କୁ ଛାଡ଼ି ଅନ୍ୟ ସିଟ୍ଗୁଡିକୁ ସାନିଟାଇଜ୍ କରାଯିବ । ଯାତ୍ରା ଶେଷ ହେବା ପରେ ବିମାନକୁ ଭଲ ଭାବେ ପରିଷ୍କାର କରାଯିବ । ସିଟ୍ ବେଲ୍ଟ ଏବଂ ଅନ୍ୟାନ୍ୟ କଣ୍ଟାକ୍ଟ ପଏଣ୍ଟଗୁଡିକୁ ବିଶେଷ ଧ୍ୟାନ ଦିଆଯିବ ।
ବିମାନ ମଧ୍ୟରେ ଥିବା ଶୌଚାଳୟ ଏବଂ ୱାଶ୍ ବେସିନ୍କୁ ବାରମ୍ବାର ସଫା କରାଯିବ । ଏୟାର୍ଲାଇନ୍ସଗୁଡିକ ନିୟମିତ ବ୍ୟବଧାନରେ କ୍ରୁ୍ୟ ସଦସ୍ୟଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବେ । ସମସ୍ତ ଫ୍ଲାଇଙ୍ଗ୍ କ୍ରୁ୍ୟ ଏବଂ କ୍ୟାବିନ୍ କ୍ରୁ୍ୟଙ୍କୁ ପୂର୍ଣ୍ଣାଙ୍ଗ ସୁରକ୍ଷା ସୁଟ୍ ଦିଆଯିବ ।
କୋଭିଡ-୧୯ ସଂକ୍ରାନ୍ତ ମେଡିକାଲ ଏମର୍ଜେନ୍ସି କ୍ଷେତ୍ରରେ ସଂକ୍ରମିତ ଏରିଆ ତଥା ସିଟ୍କୁ ସଂକ୍ରମଣମୁକ୍ତ କରାଯିବ । ଜୁନ୍ ୩ରୁ ଏୟାର୍ଲାଇନ୍ସଗୁଡିକ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବେ । ସମସ୍ତ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ପାଇଁ ଏ ନିୟମ କାର୍ଯ୍ୟକାରୀ ହେବ ବୋଲି ଡିଜିସିଏର ଉପ ମହାନିଦେ୍ର୍ଧଶକ ସୁନିଲ କୁମାର ପ୍ରକାଶ କରିଛନ୍ତି ।
ବମ୍ବେ ହାଇକୋର୍ଟ କିଛି ଦିନ ତଳେ କହିଥିଲେ ଯେ, ବନେ୍ଦ ଭାରତ ମିସନ୍ ଅଧୀନରେ ହେଉଥିବା ଉଡାଣରେ ମଝି ସିଟ୍କୁ ଖାଲି ରଖାଯାଉ । ଏୟାର୍ ଇଣ୍ଡିଆ ଏବଂ ସରକାର ଏହି ନିଦେ୍ର୍ଧଶ ବିରୋଧରେ ସୁପ୍ରିମ୍କୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲେ ।


Comments are closed, but trackbacks and pingbacks are open.