ଝାରସୁଗୁଡ଼ା, (ବି.ବି.ନୁ୍ୟଜ୍): ଘରର ବଡ଼ ପୁଅର ମୃତୁ୍ୟରେ ଭାଙ୍ଗିପଡ଼ି ପରିବାର ସଦସ୍ୟ ନେଲେ ଚରମ ନିଷ୍ପତ୍ତି । ଘରେ ମୃତଦେହ ପଡ଼ିଥିବା ବେଳେ ପରିବାରର ୫ ସଦସ୍ୟ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇ ଫିନାଇଲ ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ସେମାନଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ବେଳେ ମୃତଦେହ ସକ୍ରାର ହୋଇ ନ ପାରି ଘରେ ପଡି ରହିଛି । ଝାରସୁଗୁଡ଼ା ବିଟିଏମ୍ ଫାଣ୍ଡି ଅନ୍ତର୍ଗତ ଲହଣ୍ଡାବୁଡ଼ରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଦୁର୍ଘଯଣାରେ ଗୁରୁତର ହୋଇ ଘରର ବଡ଼ ପୁଅ ୨ବର୍ଷ ହେବ ଘରେ ଶଯ୍ୟାଶାୟୀ ହୋଇପଡିଥିଲେ । ସୋମବାର ତାଙ୍କର ମୃତୁ୍ୟ ହୋଇଥିଲା । ଏହାପରେ ଭାଙ୍ଗି ପଡିଥିଲେ ତାଙ୍କ ମା’, ତିନି ଭଉଣୀ ଓ ସାନ ଭାଇ । ସେମାନେ ଆଲୋଚନା କରି ଆତ୍ମହତ୍ୟା କରବାକୁ ନିଷ୍ପତ୍ତି ନେଇଥିଲେ । ତା’ପରେ ଫିନାଇଲ ପିଇ ଦେଇଥିଲେ । ଖବର ପାଇ ପୋଲିସ ପହଞ୍ଚô ସେମାନଙ୍କୁ ଝାରସୁଗୁଡ଼ା ମେଡିକାଲରେ ଭର୍ତ୍ତି କରିଥିଲା । ମାତ୍ର ଅବସ୍ଥା ଗୁରୁତର ହେବାରୁ ଜଣେ ଝିଅଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଆଉ ୨ ଝିଅଙ୍କ ଅବସ୍ଥାରେ ସାମାନ୍ୟ ସୁଧାର ଆସିଥିବା ବେଳେ ମା’ ଓ ପୁଅଙ୍କ ଚେତା ଫେରି ନ ଥିବା ଜଣାଯାଇଛି । ଚିକିତ୍ସା ପରେ ସାମାନ୍ୟ ସୁସ୍ଥ ହୋଇଥିବା ଜଣେ ଝିଅ ପୋଲିସ ନିକଟରେ କହିଛନ୍ତି ଯେ, ବଡ଼ ଭାଇର ମୃତୁ୍ୟ ପରେ ସେମାନେ ସମସ୍ତେ ଭାଙ୍ଗି ପଡିଥିଲେ । ତେଣୁ ସନ୍ଧ୍ୟାରେ ସମସ୍ତେ ଏକାଠି ବସି ଆଲୋଚନା କରି ଏପରି ନିଷ୍ପତ୍ତି ନେଇଥିଲେ ।


Comments are closed, but trackbacks and pingbacks are open.