ସୋର, (ବି.ବି.ନୁ୍ୟଜ୍): ଏକ ଘରୋଇ ବ୍ୟାଙ୍କରେ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ ଜଣେ ଯୁବତୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଗୋପାଳପୁର ବଜାରସ୍ଥିତ ଏକ ଘରୋଇ ବ୍ୟାଙ୍କ କର୍ମଚାରୀଙ୍କ ନାଁରେ ଏପରି ସାଂଘାତିକ ଅଭିଯୋଗ ଆସିଛି । ଜଣେ ଯୁବତୀଙ୍କୁ ଚାକିରି କରାଇ ଦେବାକୁ କହି ବ୍ୟକ୍ତି ଜଣକ ତାଙ୍କୁ ଅସଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଜୁଣିଆ ବଜାରରେ ଘରଭଡ଼ା ନେଇ ରହୁଥିବା ସମ୍ପୃକ୍ତ ବ୍ୟାଙ୍କ କମର୍ଚାରୀ ଯୁବତୀଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ରୁମ୍କୁ ଡାକିଥିଲେ । ଏହାପରେ ଅସଦାଚରଣ କରିଥିବା ନେଇ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ପୀଡିତା । ଏନେଇ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ ।


Comments are closed, but trackbacks and pingbacks are open.