ଶ୍ରୀକ୍ଷେତ୍ରରେ ପହଞ୍ଚିଲା ବଉଳ କାଠ

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ୍): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା ପାଇଁ ସାକ୍ଷୀଗୋପାଳରୁ ବଉଳ କାଠ ଶ୍ରୀକ୍ଷେତ୍ରକୁ ଯାଇଛି । ଆଜି ରାତିରେ ଦୋଳବେଦି କୋଣରେ ରଖାଯାଇଛି ।
ମଙ୍ଗଳବାର ଜ୍ୟେÂ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥି ପବିତ୍ର ନିର୍ଜଳା ଏକାଦଶୀ ଅବସରରେ ସାକ୍ଷୀଗୋପାଳ ହାଟସାହି ଗ୍ରାମର ହୃଷିକେଶ ମହାନ୍ତିଙ୍କ ବଗିଚାରେ ଥିବା ବଉଳ ବୃକ୍ଷକୁ ସ୍ନାନଯାତ୍ରା ଓ ରଥଯାତ୍ରା ନିମନ୍ତେ ଆବଶ୍ୟକ ସେନାପଟା ଓ ବାହୁଟ ସେବା ନିମନ୍ତେ ଆବଶ୍ୟକ ମାପ ଅନୁଯାୟୀ ଛେଦନ କରାଯାଇଥିଲା । ୬ ଫୁଟ ଲମ୍ବ ଓ ୩ ଫୁଟ ଗୋଲେଇ ବିଶିଷ୍ଟ ବଉଳ କାଠକୁ ଏମାର ମଠ ଶଗଡ଼ରେ ଲଦା ଯାଇଥିଲା । କାଠ ଉପରେ ପାଟବସ୍ତ୍ର ଆଚ୍ଛାଦିତ କରାଯାଇଥିଲା । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଜା ରୂପେ ପରିଚିତ ସ୍ଥାନୀୟ ବକୁଳ ବନର ଅଧିଶ୍ୱର ଶ୍ରୀ ଶ୍ରୀ ସିଦ୍ଧ ବଳରାମ ଦେବଙ୍କ ମନ୍ଦିର ପ୍ରାଙ୍ଗଣକୁ ଶଗଡ଼କୁ ଅଣାଯାଇ ସେଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଶ୍ରୀକ୍ଷେତ୍ର ଅଭିମୁଖେ ମେଲାଣି ଦିଆଯାଇଥିଲା ।
ମଙ୍ଗଳବାର ପୂର୍ବାହ୍ନରେ ଶ୍ରୀମନ୍ଦିର ରଥ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ, ଭୋଇ ସେବକ ଧ୍ରୁବଚରଣ ଭୋଇ, ନୀଳକଣ୍ଠ ଦାସ, ସୁଦର୍ଶନ କାଣ୍ଡି ଓ ରବି ଭୋଇ ପ୍ରମୁଖ ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଥିଲେ । ମନ୍ଦିରର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ମିଶ୍ରଙ୍କ ସହିତ ଯାଇ ହାଟସାହି ଠାରେ ପହଞ୍ଚି ବଉଳ ବୃକ୍ଷକୁ ପୂଜାର୍ଚ୍ଚନା ତଥା ବୃକ୍ଷ ବରଣ କରାଯାଇଥିଲା । ଶ୍ରୀମନ୍ଦିର ଆଜ୍ଞାମାଳ ବାନ୍ଧିବା ପରେ ବୃକ୍ଷ ଛେଦନ କରାଯାଇଥିଲା ।
ଶଗଡ଼ ଶ୍ରୀ ଶ୍ରୀ ସିଦ୍ଧ ବଳରାମ ଦେବଙ୍କ ମନ୍ଦିର ଠାରୁ ବାହାରିବା ସମୟରେ ସୁଧର୍ମା ମହାସଂଘ, ଶ୍ରୀରାଧା ମଣ୍ଡଳ ତରଫରୁ ବୀର କାହାଳୀ ବାଦନ, ଘଣ୍ଟ, ଘଣ୍ଟି, ମୃଦଙ୍ଗ ବାଦନ, ହରିବୋଲ ଓ ହୁଳହୁଳି ପକାଇ ପାଛୋଟି ନିଆଯାଇଥିଲା । ସତ୍ୟବାଦୀ ବ୍ଲକ୍ ଛକ ଠାରେ ଶଗଡ଼କୁ ଶ୍ରୀକ୍ଷେତ୍ର ଅଭିମୁଖେ ମେଲାଣି ଦିଆଯାଇଥିଲା । ସାକ୍ଷୀଗୋପାଳ ସଂସ୍କୃତି ସୁରକ୍ଷା ମଞ୍ଚ ଆବାହକ କିଶୋର ମହାପାତ୍ର, ପୂର୍ଣ୍ଣାନନ୍ଦ ତ୍ରିପାଠୀ, ଦେବତିକ୍ତ ମିଶ୍ର, ପ୍ରତାପ ପାହାନ୍ତା ସିଂହ, ପ୍ରଶାନ୍ତ କୁମାର ବିଶ୍ୱାଳ ଓ ସତ୍ୟବାଦୀ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons